27.2 C
Bhubaneswar
Thursday, April 16, 2026
Homeଅପରାଧଯାତ୍ରାରେ ନୃଶଂସତା, ଜଣେ ଗିରଫ

ଯାତ୍ରାରେ ନୃଶଂସତା, ଜଣେ ଗିରଫ

ଆସ୍କା: ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳରେ ଯାତ୍ରାରେ ଅଭିନୟ ବେଳେ , ଜିଅନ୍ତା ଘୁଷୁରୀ ଖାଇବା ଘଟଣା। ଯାତ୍ରା ପରିଚାଳନା କମିଟିର ଜଣେ ସଦସ୍ୟ ଗିରଫ । ମାମଲା ରୁଜୁ କରି ଜଣଙ୍କୁ ଗିରଫ କଲା ବନବିଭାଗ । ବନ୍ୟପ୍ରାଣୀ ଆଇନ ଉଲଂଘନ ମାମଲାରେ ଗିରଫ । ସମ୍ପୃକ୍ତ ଅନ୍ୟ କଳାକାରଙ୍କୁ ଧରିବା ପାଇଁ ଧରପଗଡ ଚାଲିଛି । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏ ନେଇ ଆଜି ସୂଚନା ଦେଇଛନ୍ତି ବ୍ରହ୍ମପୁର ଡିଏଫଓ । ସୂଚନାଯୋଗ୍ୟ ହିଞ୍ଜିଳିକାଟୁ ବ୍ଲକ୍ ରାଳବ ଗ୍ରାମରେ କାଞ୍ଜି ଅଅଁଳା ଯାତ୍ରା ପାଇଁ ରାମାୟଣ ନାଟକ ମଞ୍ଚସ୍ଥ ହୋଇଥିବାବେଳେ ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଥିବା କଳାକାରମାନଙ୍କ ଅମାନବୀୟ କାର୍ଯ୍ୟକଳାପକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରାକ୍ଷସ ଭୂମିକା‌ରେ ଅଭିନୟ କରିଥିବା କିଛି କଳାକାର ଖୋଲାମଞ୍ଚରେ ଏକ ଘୁଷୁରିକୁ ଓଲଟା ଝୁଲାଇ ତାକୁ ମାରଣାସ୍ତ୍ରରେ କାଟିବା ପରେ ଏହାର ମାଂସକୁ କଞ୍ଚା ଖାଇବା ଘଟଣା ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ପରିପେକ୍ଷରେ ଜଣେ ଗିରଫ ମଧ୍ୟ ହୋଇଥିବା ବେଳେ , ଅନ୍ୟ କଳାକାରଙ୍କୁ ଗିରଫ ପାଇଁ ତଦନ୍ତ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking