ଭୁବନେଶ୍ବର : କୋଭିଡ କଟକଣା ଭିତରେ ଆଜିଠୁ ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଖୋଲିଛି। ଏଠାରେ ପର୍ଯ୍ୟଟକ ଓ କର୍ମଚାରୀ ସମସ୍ତଙ୍କ ପାଇଁ ମାସ୍କ, ସାନିଟାଇଜର ବ୍ୟବହାର ସହିତ ସାମାଜିକ ଦୂରତା ରକ୍ଷା ଅନିର୍ବାର୍ଯ୍ୟ କରାଯାଇଛି। ବୁଲି ଆସିବାକୁ ଚାହୁଁଥିବା ପର୍ଯ୍ୟଟକ କଟକଣା ନିୟମ ପାଳନ କରି ନନ୍ଦନକାନନରେ ବୁଲିପାରିବେ।ଦୀର୍ଘ ୩ମାସ ଧରି କୋଭିଡର ଦ୍ୱିତୀୟ ଲହର ପାଇଁ ବନ୍ଦ ରହିଥିଲା ପ୍ରାଣୀ ଉଦ୍ୟାନ। ତେବେ ପର୍ଯ୍ୟଟକ କେବଳ ଦୂରରୁ ଦେଖିପାରିବେ। ପାଖକୁ ଯିବେ ନାହିଁ। ସିଂହ ସଫାରୀ ବନ୍ଦ ରହିବ। ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯିବ। ପର୍ଯ୍ୟଟକମାନଙ୍କ ମଧ୍ୟରେ ଯେଭଳି ସାମାଜିକ ଦୂରତା ରହିବ ତା ଉପରେ ନଜର ଦିଆଯାଇଛି। ଆଜି ସକାଳେ ଏଠାରେ ପର୍ଯ୍ୟଟକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ୬୫ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ୧୦ବର୍ଷରୁ କମ୍ ବୟସର ପିଲାଙ୍କୁ ଅନୁମତି ମିଳିବ ନାହିଁ। କାଶ, ଥଣ୍ଡା ଓ ଜ୍ୱର ଆଦି ଲକ୍ଷଣ ଥିବା ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିିଳିବନି। ଉଭୟ ଅନଲାଇନ ଓ ଅଫ୍ଲାଇନରେ ମିଳିବ ଟିକେଟ। ପର୍ଯ୍ୟଟକମାନେ ନିଜ ସହ ଖାଇବା ଜିନିଷ ସାଥିରେ ନେଇ ପାରିବେ ନାହିଁ।