ଦାମନଯୋଡି: ଦାମନଯୋଡି ନାଲକୋରେ କାର୍ଯ୍ୟରତ ୪ଗୋଟି ଶ୍ରମିକ ସଂଗଠନ ଯଥା ଦାମନଯୋଡି ଭାରୀ ଓ ହାଲୁକା ମୋଟର ଯାନ କର୍ମଚାରୀ ସଂଘ,ଆଲୁମିନା ମଜଦୁର୍ ସଂଘ,ନାଲକୋ ଠିକାଦାର କର୍ମଚାରୀ ସଂଘ ଓ ନାଲକୋ ମାଇନସ୍ ଠିକାଦାର କର୍ମଚାରୀ ସଂଘର କର୍ମକର୍ତା ଓ ସଦସ୍ୟମାନେ ନାଲକୋର ଶ୍ରମିକ ମାରଣ ନୀତି ବିରୋଦ୍ଧରେ ଏହି ଶୋଭାଯାତ୍ରା କରିଛନ୍ତି। ଆଜି ପୂର୍ବାହ୍ନ ସାଢେ୧୦ଟା ସମୟରେ ଦାମନଯୋଡି ଭାରୀ ଓ ହାଲୁକା ମୋଟର ଯାନ କର୍ମଚାରୀ ସଂଘ କାର୍ଯ୍ୟାଳୟ ନିକଟରୁ ଠିକାଶ୍ରମିକମାନେ ସ୍ଲୋଗାନ ଓ ନାରାବାଜି କରି ନାଲକୋ ବିଶୋଧନାଗାର ଫାଟକ ପର୍ଯ୍ୟନ୍ତ ଆସିଥିଲେ।କାର୍ଯ୍ୟରୁ ଅବସର ସମୟରେ ଅବସର ବେନିଫିଟ୍ ପ୍ରଦାନ କରାଯିବା,ଘରଭଡା ଭତ୍ତା ଓ ନାଇଟ୍ ଆଲାଉନସ୍ ପ୍ରଦାନ କରାଯିବା ନେଇ ଠିକାଶ୍ରମିକମାନେ ଦାବୀ କରିଛନ୍ତି।ଏନେଇ ଚଳିତ ମାସ ୩ତାରିଖରେ ନାଲକୋ କର୍ତୁପକ୍ଷଙ୍କୁ ଅବଗତ କରିଥିଲାବେଳେ ୧୪ଦିନ ପରେ ଆଜି ନାଲକୋ ମାନବସମ୍ବଳ ମହାପ୍ରବନ୍ଧକଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି।ଯଦି ଆଗାମୀ ୧୪ଦିନ ମଧ୍ୟରେ ନାଲକୋ କର୍ତୁପକ୍ଷ ଶ୍ରମିକମାନଙ୍କ ଦାବୀ ପୂରଣ ନକରନ୍ତି ତେବେ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।ଅନ୍ୟ ପକ୍ଷରେ ନାଲକୋ ମାନବସମ୍ବଳ ମହାପ୍ରବନ୍ଧକ ଅମରେନ୍ଦ୍ର କୁମାର ମିଶ୍ର କହିଛନ୍ତି ଏହା ଏକ ବଡ ପଲିସି ଡିସିସନ୍।ସଙ୍ଗେସଙ୍ଗେ ଏହାର ଡିସିସନ୍ ନେଇ ହେବ ନାହିଁ।ଏଥିପାଇଁ ବୋର୍ଡକୁ ଅବଗତ କରାଯିବ।ତେବେ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ ଆଲୋଚନା କରାଯିବ।ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦାମନଯୋଡି ପୋଲିସ୍ ଓ ନାଲକୋ ସିଆଇଏସଏଫ୍ ଯବାନ ନାଲକୋ ଫାଟକ ନିକଟରେ ଉପସ୍ଥିତ ଥିଲେ।