34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗପିପିଲି ଓ ଡେଲାଙ୍ଗରେ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ଘୋର ବିରୋଧ

ପିପିଲି ଓ ଡେଲାଙ୍ଗରେ ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ଘୋର ବିରୋଧ

ଡେଲାଙ୍ଗ: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ପୁରୀକୁ ନେଇ ମନ୍ତବ୍ୟ ପରେ ଅ।ଜି ପ୍ରତିକିୟାଶୀଳ ହୋଇଛି ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ କଂଗ୍ରେସ ଓ ବିଜେଡି । ପିପିଲି ରେ ଛାତ୍ର ଓ ଯୁବ ବିଜେଡିର କର୍ମକର୍ତ୍ତା ମାନେ ପୁରୀ କୁ ନେଇ ଲେଖାଶ୍ରୀଙ୍କ ବୟାନ ଅ।ଦୌ ଗ୍ରହଣୀୟ ନୁହେଁ ଏବଂ ବିଜେପି ନେତ୍ରୀ ଲେଖାଶ୍ରୀ ରାଜନିତୀ ଉଦ୍ଦେଶ୍ୟ ରଖି ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଅଭିଯୋଗ କରି ଲେଖାଶ୍ରୀ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବୀ କରି ଲେଖାଶ୍ରୀଙ୍କ କୁଶ ପୁତ୍ତଲିକା ଦାହ କରିଛି ଛାତ୍ର ଓ ଯୁବ ବିଜେଡି । ସେପଟେ ଡେଲାଙ୍ଗରେ କଂଗ୍ରେସ ପକ୍ଷରୁ ମଧ୍ୟ ଏହାକୁ ଦୃଢ଼ ନିନ୍ଦା କରାଯିବା ସହ କୁଶ ପୁତ୍ତଳିକା ଦାହ କରାଯାଇଥିବା ବେଳେ ଯଥାଶୀଘ୍ର କ୍ଷମା ପ୍ରାର୍ଥନା କରିବାକୁ ଦାବୀ କରିଛନ୍ତି । ଯଦି କ୍ଷମା ପ୍ରାର୍ଥନା ନକରନ୍ତି ତେବେ ତାଙ୍କୁ ପୁରୀକୁ ପ୍ରବେଶ କରାଇ ଦିଆଯିବନି ବୋଲି କହିଛନ୍ତି କଂଗ୍ରେସ ନେତା ଅଜିତ ମଙ୍ଗରାଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking