27.1 C
Bhubaneswar
Thursday, May 29, 2025
Homeଦେଶ ବିଦେଶନାଗପୁରରେ ବର୍ଷାର ତାଣ୍ଡବ, ଅସୁସ୍ଥ ମହିଳାଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ନାଗପୁରରେ ବର୍ଷାର ତାଣ୍ଡବ, ଅସୁସ୍ଥ ମହିଳାଙ୍କ ସମେତ ୪ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ର:  ପ୍ରବଳ ବର୍ଷାରେ ବୁଡିଲା ନାଗପୁର । ପରିସ୍ଥିତି ଏପରି ହୋଇଛି ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡିବା ସହ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଅସୁସ୍ଥ ମହିଳା ଥିବା ଜଣାପଡିଛି । ଶୁକ୍ରବାର ରାତିରୁ ଲଗାଣ ବର୍ଷା ନାଗପୁରବାସୀ ଜନଜୀବନ ଅସ୍ତବ୍ୟସ୍ତ କରିପକାଇବା ସହ ଅନେକ ଅଂଚଳ ଜଳମଗ୍ନ ହୋଇଛି । ମାତ୍ର ୪ ଘଣ୍ଟା ବର୍ଷାରେ ୧୦୦ମିମି ବର୍ଷା ରେକର୍ଡ କରାଯାଇଛି । ସହରର ଅନେକ ଆବସିକ ଅ୍‌ଂଚଳ ଜଳବନ୍ଦୀ ହୋଇପଡିଛି । ବର୍ଷା ଯୋଗୁଁ ଆଗାମୀ କିଛି ସମୟ ନାଗପୁର ଏବଂ ଏହାର ଆଖପାଖ ଅଞ୍ଚଳକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏନେଇ ସେଠାରେ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି ।

ତେବେ ଏନେଇ କ୍ଷୟକ୍ଷତିର ଆକଳନ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଣ୍ଡନାଭିସ ନାଗପୁର ପରିଦର୍ଶରେ ଯାଇଥିଲେ । ସେପେଟେ ଲୋକଙ୍କ ଚାହିଦା ମୁତାବକ ମୁଖ୍ୟମନ୍ତ୍ରୀ ଘର ଘର ବୁଲି ଘଟଣା ପରଖିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି । ବର୍ଷା ଯୋଗୁଁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବ୍ରେନ୍ଦ୍ର ଫଣ୍ଡନାଭିସ । ବର୍ଷା ଯୋଗୁଁ ସ୍ଥାନୀୟ ଏକ ସ୍କୁଲର ୭୦ ଜଣ ଛାତ୍ରଙ୍କ ସମେତ ୪୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରବଳ ବର୍ଷା ହେତୁ ଅମ୍ବାଝାରୀ ହ୍ରଦ କୂଳରେ ଜଳ ପରିପୂର୍ଣ୍ଣ ହୋଇଛି । ତଳିଆ ଅଞ୍ଚଳଗୁଡିରେ ଜଳ ଭର୍ତ୍ତି ହେବା ସହ ସହରର ଅଧିକାଂଶ ସ୍ଥାନ ପ୍ରଭଳବିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking