30.1 C
Bhubaneswar
Saturday, June 7, 2025
Homeଦେଶ ବିଦେଶନାଗା-ସାମନ୍ଥାଙ୍କ ପ୍ୟାଚଅପ୍ ହେଲା କି ? ଆସିଲା ଏପରି ପୋଷ୍ଟ

ନାଗା-ସାମନ୍ଥାଙ୍କ ପ୍ୟାଚଅପ୍ ହେଲା କି ? ଆସିଲା ଏପରି ପୋଷ୍ଟ

ନୂଆଦିଲ୍ଲୀ: ବିବାହ, ବିଚ୍ଛେଦ ଓ ରୋଗ ଯୋଗୁ କିଛି ଦିନ ହେବ ଲାଇମ୍‌ଲାଇଟ୍‌ରେ ଥିବା ସାଉଥ ସୁନ୍ଦରୀ ସାମନ୍ଥା ପୁଣି ଥରେ ଚର୍ଚ୍ଚାକୁ ଚାଲି ଆସି ଯାଇଛନ୍ତି। ଏଥର କାରଣ ଟିକେ ଭିନ୍ନ ରହିଛି। କାରଣ ଏଥର ସାମନ୍ଥାଙ୍କ ପୋଷ୍ଟରୁ ତାଙ୍କୁ ଏକ୍ସ- ହଜବ୍ୟାଣ୍ଡ ନାଗା ଚୈନତ୍ୟଙ୍କ ସହ ପ୍ୟାଚଅପ୍ ହୋଇ ସାରିଥିବା ଅନୁମାନ କରିଛନ୍ତି ଫ୍ୟାନ୍ସ। ନାଗା ବି ନିଜ ଇନଷ୍ଟା ପୋଷ୍ଟରେ ସେପରି କିଛି ସୂଚନା ଦେଇଛନ୍ତି। ଫ୍ୟାନ୍ସ ଏହି ଷ୍ଟାର କପଲ୍‌ଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ବେଶ୍ ଉତ୍ସୁକ ଥିବା ବେଳେ ଉଭୟ ପକ୍ଷ କିନ୍ତୁ କୌଣସି ଅଫିସିଆଲ ବିବୃତି ଦେଇ ନାହାନ୍ତି।
ନାଗା- ସାମନ୍ଥା ପୁଣି ଥରେ ଏକାଠି ହେଉଥିବା ଖବର ସେତେବେଳେ ହଟ୍ ଗସିପ ପାଲଟିଥିଲା, ଯେତେବେଳେ ସାମନ୍ଥା ନାଗାଙ୍କ ସହ ନିଜ ଫଟୋ ସୋଶାଲ ମିଡିଆ ପ୍ଲାଟଫର୍ମରେ ଶେଆର କରିଥିଲେ। ଉକ୍ତ ଫଟୋ ସବୁକୁ ବିଚ୍ଛେଦ ପରେ ସେ ସୋଶାଲ ମିଡିଆ ପ୍ଲାଟଫର୍ମରୁ ହଟାଇ ଦେଇଥିଲେ। ତେବେ ଦୀର୍ଘ ଦିନ ପରେ କ’ଣ ପାଇଁ ସାମନ୍ଥା ଉକ୍ତ ଫଟୋ ସବୁ ପୁଣି ଥରେ ପୋଷ୍ଟ କରିଛନ୍ତି ତାହା ଉପରୁ ପରଦା ହଟିନି ।
ସେହିପରି ନାଗାଙ୍କ ପୋଷ୍ଟ ବି ପ୍ୟାଚ୍‌ଅପ୍ ତରଫକୁ ଇସାରା କରୁଥିବା ଆଲୋଚନା ହେଉଛି। ନାଗା ପୋଷ୍ଟ କରିଥିବା ଫଟୋରେ ସେ କାର୍‌ର ଡ୍ରାଇଭିଂ ସିଟ୍‌ରେ ବସିଥିବା ବେଳେ ତାଙ୍କ ପାଖ ସିଟ୍‌ରେ ଏକ କୁକର ବସିଛି। ଉକ୍ତ କୁକୁର କାର୍ ବାହାରକୁ ଅନାଇ ସୂର‌୍ୟ୍ୟାସ୍ତ ଦେଖୁଥିବା ଫଟୋ ପୋଷ୍ଟ କରିଛନ୍ତି ନାଗା। ଉକ୍ତ ଫଟୋ କ୍ୟାନସନ୍‌ରେ ନାଗା ‘ ୱାଇଫ’ ବୋଲି ଲେଖିଛନ୍ତି। ଯାହା କି ଏବେ ନିଆଁରେ ଘିଅ ଢାଳୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking