31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶ୨୦୨୯ ନିର୍ବାଚନରେ ମହିଳା ସଂରକ୍ଷଣ ବିଲ୍ର ଲାଭ ଉଠାଇବେ: ନଡ୍ଡା

୨୦୨୯ ନିର୍ବାଚନରେ ମହିଳା ସଂରକ୍ଷଣ ବିଲ୍ର ଲାଭ ଉଠାଇବେ: ନଡ୍ଡା

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍କୁ ନେଇ ବିତର୍କ ଜାରି ରହିଛି । ଶାସକ ବିଜେପି ଏହି ବିଲ ଉପରେ ଚର୍ଚ୍ଚା ପାଇଁ ୧୪ ସାଂସଦଙ୍କ ଏକ ଟିମ୍ ପ୍ରସ୍ତୁତ କରିଛି । କିଛି ମନ୍ତ୍ରୀ ବି ଏହି ବିତର୍କରେ ଭାଗ ନେଇଛନ୍ତି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତ କିଛି ଦେଶ ମହିଳା ଅଧିକାର ପାଇଁ ସଂଘର୍ଷ କରୁଥିବାବେଳେ ଭାରତ ସେସବୁରୁ ବହୁତ ଆଗରେ । ଆମର ୧୨ ମହିଳା ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି । ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେବାରେ ଆମ ଦେଶ ଅନ୍ୟ ଦେଶ ଠାରୁ ଆଗରେ ।

ଚର୍ଚ୍ଚା ହେଉଛି ଏହି ବିଲ୍ ଲାଗୁ କରିବାରେ ବିଳମ୍ବ କାହିଁକି? ଆମକୁ ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାକୁ ହେବ । ଏଥିପାଇଁ ଦୁଇଟି କାର୍ଯ୍ୟ ମହତ୍ୱପୂର୍ଣ୍ଣ । ଗୋଟିଏ ଜନଗଣନା ଓ ଅନ୍ୟଟି ପରିସୀମା । ୨୦୨୯ ନିର୍ବାଚନରେ ମହିଳା ସଂରକ୍ଷଣ ବିଲ୍ର ଲାଭ ଉଠାଇବେ ବୋଲି ନଡ୍ଡା କହିଲେ । ନଡ୍ଡାଙ୍କୁ କାଉଂଟର କଲେ ଡିଏମ୍କେ ସାଂସଦ କାନିମୋଝି । ସେ କହିଛନ୍ତି ଏହା ଅତ୍ୟନ୍ତ ଦୁଃଖର ବିଷୟ କି ଆମକୁ ଏଥିପାଇଁ ୨୦୨୯ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ସେ ସରକାରଙ୍କୁ ପରିହାସ କରି କହିଛନ୍ତି ଏନ୍ଗେଜ୍ମେଂଟ ସେରିମନି ସରିଯାଇଛି, କିନ୍ତୁ ବାହାଘର କେବେ ହେବ ସରକାର ସ୍ଥିର କରିପାରୁନାହାନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking