ଜିଲ୍ଲାପରିଷଦ ସଦସ୍ୟ ପାଇଁ ଭରିଲେ ନାମାଙ୍କନପତ୍ର
କୋରାପୁଟ: ଚାଷୀ ମୂଲିଆ ଆଦିବାସୀ ସଂଗଠନର ନେତା ନାଚିକା ଲିଙ୍ଗା ସକ୍ରିୟ ରାଜନୀତିରେ ପୁଣି ପାଦ ଦେଇଛନ୍ତି । ବୁଧବାର ସେ କୋରାପୁଟର ନାରାୟଣପାଟଣା ଜୋନ୍ ପାଇଁ ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଫଳରେ ନାଚିକାଙ୍କୁ ନେଇ କୋରାପୁଟ ରାଜନୈତିକ ବାତାବରଣ ସରଗରମ ହୋଇଛି । ନାଚିକା ଗତ ୨୦୧୪ ମସିହା ଅକ୍ଟୋବରରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ଛଅ ବର୍ଷ ଜେଲରେ ରହିବା ପରେ ତାଙ୍କୁ ନଭେମ୍ବର, ୨୦୨୦ରେ ଓଡ଼ିଶା ହାଇକୋର୍ଟ ଜାମିନ ଦେଇଥିଲେ । ତେଣୁ ସେହି ନିର୍ଦ୍ଦେଶ ବଳରେ ନାଚିକାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା ।