27.1 C
Bhubaneswar
Thursday, April 25, 2024
Homeଅପରାଧପୁଣି ମାତିଲେ ସାଇବରଠକ : ୧୦ ଟଙ୍କା ମାଗି ନେଇଗଲେ ୧୩ଲକ୍ଷ

ପୁଣି ମାତିଲେ ସାଇବରଠକ : ୧୦ ଟଙ୍କା ମାଗି ନେଇଗଲେ ୧୩ଲକ୍ଷ

ଭୁବନେଶ୍ୱର:  ଯେତେ ସଚେତନ କଲେ ବି ଲୋକମାନେ ସୁଧୁରୁନାହାନ୍ତି । ସାଇବରଠକଙ୍କ  ଜାଲରେ ପଡ଼ି ଲକ୍ଷାଧିକ ଟଙ୍କା ହରାଇ ବସୁଛନ୍ତି । ଏବେ ରାଜଧାନୀର ଜଣେ ବରିଷ୍ଠ ନାଗରିକ ସାଇବରଠକଙ୍କ ଶିକାର ହୋଇଛନ୍ତି । ମୋବାଇଲ୍ ନମ୍ବର ପୋର୍ଟିଂ ଆଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ସାଇବର ଲୁଟେରା ୧୩ଲକ୍ଷ ଟଙ୍କା ଲୁଟି ନେଇଛି । ଏନେଇ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରେ ସଦାଶିବ ମହାନ୍ତି ନାମକ ଜଣେ ବ୍ୟକ୍ତି ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଶ୍ରୀ ମହାନ୍ତି  ହେଉଛନ୍ତି ଟ୍ରାନ୍ସପୋର୍ଟ କର୍ପୋରେସନ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ଆଞ୍ଚଳିକ ମ୍ୟାନେଜର ।

ଶ୍ରୀ ମହାନ୍ତି ତାଙ୍କ ପତ୍ନୀଙ୍କର ଥିବା ଏକ ଏୟାରଟେଲ୍ ନମ୍ବରକୁ ବିଏସ୍‌ଏନ୍‌ଏଲକୁ ପୋର୍ଟେବୁଲ୍ କରିବାକୁ ନିକଟସ୍ଥ ଏକ ଦୋକାନକୁ ଯାଇ ସମସ୍ତ ଫର୍ମ ପୂରଣ କରିଥିଲେ । ଚାରିଦିନ ଭିତରେ ଆପଣଙ୍କ ମୋବାଇଲ୍ ପୋଟେବୁଲ୍ ହୋଇଯିବ ବୋଲି ଦୋକାନୀ କହିଥିଲେ । ଚାରିଦିନ ପରେ ଅର୍ଥାତ୍ ୧୫ତାରିଖରେ ତାଙ୍କ ନିକଟକୁ ଏକ ମେସେଜ୍ ଆସିଥିଲା ଯେ, ୧୫୦୭କୁ କଲ୍ କରିବା ପାଇଁ ।  ତେବେ ୧୫୦୭କୁ କଲ୍ କରିବାପରେ ତାହା କଟି ଯାଇଥିଲା । ପରେ ଅନ୍ୟ ଏକ ନମ୍ବରରୁ ଶ୍ରୀ ମହାନ୍ତିଙ୍କ ପାଖକୁ କଲ୍ ଆସିଥିଲା । ଯେଉଁଥିରେ ସାଇବର ଠକ କହିଥିଲା ଯେ, ଆପଣଙ୍କ ନମ୍ବର ପୋର୍ଟେବୁଲ୍ ପାଇଁ ୧୦ଟଙ୍କା ଦେବାକୁ ପଡ଼ିବ ।

ତେବେ ୧୦ଟଙ୍କା କେମିତି ଦେବି ବୋଲି ସଦାଶିବ ପଚାରିଥିଲେ । ପରେ ସାଇବରଠକ କ୍ୱିକ୍ ଆପ୍ ଡାଉନଲୋଡ଼ କରିବାକୁ କହିବା ସହ, ୧୦ଟଙ୍କା ପଠାଇବାକୁ କହିଥିଲା । ସଦାଶିବ ବାବୁ ସେହି ଅନୁଯାୟୀ ଆପ୍ ଡାଉନଲୋଡ଼ କରିବା ସହ ନିଜର ଡେବିଟ୍ କାର୍ଡର ଡିଟେଲସ ମଧ୍ୟ ଦେଇଥିଲେ । ଏପରିକି ଓଟିପି ମଧ୍ୟ ଦେଇ ଦେଇଥିଲେ । ତା’ପରେ କିଛି ଘଣ୍ଟା ଭିତରେ ଆକାଉଣ୍ଟରୁ ୧୩ଲକ୍ଷ ଟଙ୍କା ସାଇବର ଠକ କାଟିନେଇଥିଲା । ସଦାଶିବଙ୍କ ଫିକ୍ସ ଡିପୋଜିଟ ଭାଙ୍ଗି, ଉକ୍ତ ଟଙ୍କାକୁ ସେଭିଂ ଆକାଉଣ୍ଟକୁ ଟ୍ରାନ୍ସଫର କରି ସାଇବର ଠକ ଟଙ୍କା ନେଇଯାଇଛି । ଏପରିକି କ୍ରେଡିଟ୍ କାର୍ଡରୁ ମଧ୍ୟ ୮୦ହଜାର ଟଙ୍କା ଉଠାଇ ନେଇଛି ।  ମୋଟ ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସାଇବର ଠକେଇ ହେବା ଜାଣି ଶ୍ରୀ ମହାନ୍ତି  ଆଇସିଆଇସିଆଇ ବ୍ୟାଙ୍କକୁ ଜଣାଇବା ସହ ଭୁବନେଶ୍ୱର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking