28.1 C
Bhubaneswar
Tuesday, July 22, 2025
Homeଅପରାଧଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା

ଗେଣ୍ଡୁ ଗଛ ପାଇଁ ନାବାଳିକାଙ୍କୁ ହତ୍ୟା

ବାଲେଶ୍ୱର : ଗେଣ୍ଡୁ ଗଛ ଚୋରି କଲା ବୋଲି ନାବାଳିକାକୁ ମାରି ଟାଙ୍ଗିଦେଲେ ପଡ଼ୋଶୀ। ଝିଅକୁ ମାରି ଟାଙ୍ଗି ଦେଇଥିବା ପଡ଼ୋଶୀଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ମୃତ ନାବାଳିକାଙ୍କ ମା’। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଭାଲୁହୁରୁଡ଼ା ଗାଁରେ। ମୃତ ନାବାଳିକା ଜଣଙ୍କ ହେଲେ ସରସ୍ୱତୀ ହାଁସଦା। ସୀତା ହାଁସଦା ନିଜର ୧୨ ବର୍ଷର ଝିଅ ସରସ୍ୱତୀକୁ ପଡ଼ୋଶୀଙ୍କ ଘରେ ଛାଡ଼ି ଦେଇ ଭୁବନେଶ୍ୱର ଯାଇଥିଲେ। ଗତକାଲି ମଧ୍ୟାହ୍ନରେ ତାଙ୍କ ଝିଅ ଅନ୍ୟ ଜଣଙ୍କ ବାଡିରୁ ଗେଣ୍ଡୁ ଗଛ ଚୋରି କରିଥିବା କଥା ସୀତାଙ୍କୁ ଫୋନ୍ କରି କହିଥିଲେ ତାଙ୍କ ପଡ଼ୋଶୀ। ଗତ ରାତିରେ ସୀତା ଏବଂ ତାଙ୍କ ସ୍ୱାମୀ ଘରେ ପହଞ୍ଚିବା ବେଳେ ଘର ଦ୍ୱାର ମୁହଁରେ ଝିଅ ସରସ୍ୱତୀର ଝୁଲନ୍ତା ମୃତଦେହ ଦେଖିଥିଲେ। ଗେଣ୍ଡୁ ଗଛ ଚୋରି କରିବାରୁ ପଡ଼ୋଶୀ ତାଙ୍କ ଝିଅ ସରସ୍ୱତୀକୁ ମାଡ଼ ମାରି ହତ୍ୟା କରି ଟାଙ୍ଗି ଦେଇଥିବା ଉଦଳା ଥାନାରେ କରିଛନ୍ତି ମୃତକଙ୍କ ମାଆ। ଉଦଳା ଥାନା ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।ମୃତକ ନାବାଳିକାଙ୍କ ମା’ କହିଛନ୍ତି,ଏତେ ଛୋଟ ପିଲା କ’ଣ ଜାଣିପାରିବ କିପରି ଫାଶି ଦିଆଯିବ। ସେମାନେ ମୋ ଝି଼ଅକୁ ମାରି ଦେଇଛନ୍ତି। ମୋତେ ନ୍ୟାୟ ଦରକାର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking