30.1 C
Bhubaneswar
Friday, June 6, 2025
Homeଓଡିଶା୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ନବରଙ୍ଗପୁର ଜିଲ୍ଲାର ୩ ବିଧାୟକ ଓ ଏକାଧିକ ସଂଗଠନର କର୍ମକର୍ତ୍ତା

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ନବରଙ୍ଗପୁର ଜିଲ୍ଲାର ୩ ବିଧାୟକ ଓ ଏକାଧିକ ସଂଗଠନର କର୍ମକର୍ତ୍ତା

ଭୁବନେଶ୍ୱର: ନୂଆ ଦାୟିତ୍ୱ ପାଇଁ ଛୁଟୁଛି ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ । ଗୁରୁବାର ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି ନବରଙ୍ଗପୁର ଜିଲ୍ଲାର ୩ ବିଧାୟକ ଓ ଏକାଧିକ ସଂଗଠନର କର୍ମକର୍ତ୍ତା । ୫-ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ପରେ, ଜିଲ୍ଲାରେ ବିକାଶର ନୂତନ ଯୁଗ ଆରମ୍ଭ ହୋଇଛି । ଏନେଇ ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଇଶ୍ୱର ପାଣିଗ୍ରାହୀ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଏସଡିସି ପରାମର୍ଶଦାତା ପ୍ରଦୀପ ମାଝି ଓ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଭି.କେ ପାଣ୍ଡିଆନଙ୍କୁ ଭେଟି ଅଭିନନ୍ଦନ ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି ।

ସେହିଭଳି ପୂର୍ବତନ ଉମରକୋଟ ବିଧାୟକ ସୁବାସ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଓଏଲଆଇସି ପରାମର୍ଶଦାତା ପ୍ରମୋଦ ପାଢୀ ଓ ବିଜୁ ମହିଳା ଜନତା ଦଳ ଜିଳ୍ଲା ପର୍ଯ୍ୟବେକ୍ଷକ ରୁନୁ ଜେନା ମଧ୍ୟ ୫-ଟି ଅଧ୍ୟକ୍ଷଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବା ପାଇଁ ପାଣ୍ଡିଆନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ସମସ୍ତେ । ଏକ ନୂତନ ଓଡିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ବାସ୍ତବ ରୂପ ଦେବାପାଇଁ ପାଣ୍ଡିଆନଙ୍କ କଠିନ ପରିଶ୍ରମ ଅତୁଳନୀୟ । ଏହି ପରିଶ୍ରମ ଓଡିଶାକୁ ନିଶ୍ଚିତ ରୂପେ ଆଗକୁ ନେବ ବୋଲି ସେମାନେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking