34.1 C
Bhubaneswar
Thursday, March 20, 2025
Homeଓଡିଶା୨ ଛାତ୍ରୀଙ୍କ ରହସ୍ୟମୟ ମୃତ୍ୟୁ

୨ ଛାତ୍ରୀଙ୍କ ରହସ୍ୟମୟ ମୃତ୍ୟୁ

ମାଲକାନଗିରି: ମାଲକାନଗିରିରେ ୨ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ଘଟଣା କୁ ୧୦ ଦିନ ବିତି ଯାଇଛି । ଏ ଯାଏଁ ମୃତ୍ୟୁର କାରଣ ଖୋଜି ପାଉନି ପୁଲିସ । ମୃତ ଛାତ୍ରୀଙ୍କ ଦେହରେ କ୍ଷତ ଚିହ୍ନ ସହ ଗୋଡ ହାତ ଭାଙ୍ଗି ଥିବା ପରିବାର ଲୋକେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସ ଏହାକୁ ଏକ ଆତ୍ମହତ୍ୟା ଦର୍ଶାଇ ମାମଲାକୁ ରଫାଦଫ କରିବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି । ପୁଲିସ ର ମନ୍ଥର ତଦନ୍ତ ପ୍ରକ୍ରୀୟା କୁ ନେଇ ମୋଟୁ ଓ ଏମଭି-୭୯ ଅଂଚଳରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଗତ ଗୁରୁବାର ବିଦ୍ୟାଳୟ ସାରି ଆଉ ଘରକୁ ଫେରି ନ ଥିଲେ ଏମଭି -୭୨ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇ ଛାତ୍ରୀ ମନ୍ଦିରା ସୋଢି ଏବଂ ଜ୍ୟୋତୀ ହାଲଦାର । ଗତ ଶନିବାର ପୁର୍ବାହ୍ନରେ ମାଲକାନଗିରି ଜିଲ୍ଲା ମୋଟୁ ଥାନା ବିଲିଗୁଡା ଜଂଗଲରୁ ୨ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଗୋଟିଏ ଡାଳରେ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଦେଖି ହତବାକ ହୋଇ ପଡି ଥିଲେ ଅଂଚଳବାସୀ । ହତ୍ୟା ନା ଆତ୍ମହତ୍ୟା । ମୃତ୍ୟୁ ପଛର କାରଣ କଣ ଖୋଜୁଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking