31.7 C
Bhubaneswar
Wednesday, January 22, 2025
Homeଦେଶ ବିଦେଶସିଏଏକୁ ସ୍ୱାଗତ କଲା ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ

ସିଏଏକୁ ସ୍ୱାଗତ କଲା ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଶବ୍ୟାପୀ ନାଗରିକତା ସଂଶୋଧନ ଆଇନ୍ (ସିଏଏ)-୨୦୧୯ କୁ ଲାଗୁ କରିଛନ୍ତି । ସୋମବାର ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ତେବେ ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ କେନ୍ଦ୍ର ସରକାରଙ୍କ ଏପ୍ରକାର ଘୋଷଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନେକ ବିରୋଧୀ ଦଳଙ୍କ ପକ୍ଷରୁ ଏହାକୁ ବିରୋଧ କରାଯାଉଥିବା ବେଳେ ମୁସଲିମ୍ ରାଷ୍ଟ୍ରୀୟ ମଞ୍ଚ କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି । ଫୋରମ୍‌ର ଜାତୀୟ ମୁଖପାତ୍ର ଶାହିଦ୍ ସୟିଦ୍ କହିଛନ୍ତି ଯେ, ବିଶ୍ୱର ଅନେକ ଦେଶରେ ନାଗରିକତା ସଂଶୋଧନ ଆଇନ୍ କାର୍ଯ୍ୟକାରୀ ହୋଇସାରିଛି । ଦେଶର ପ୍ରଗତି ଏବଂ ଶାନ୍ତି ପାଇଁ ଏହି ନିୟମ ଅତ୍ୟନ୍ତ ଆବଶ୍ୟକ ଥିଲା ।

ସେହିପରି ରାଷ୍ଟ୍ରୀୟ କନଭେନର ମହମ୍ମଦ ଅଫଜଲ୍ କହିଛନ୍ତି, ସିଏଏ ଲୋକଙ୍କୁ ନାଗରିକତା ଦେଇଥାଏ । କାହାରି ନାଗରିକତା ଛଡାଇନଥାଏ । ମୁସଲମାନଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ । ଅନ୍ୟପକ୍ଷେ, କେନ୍ଦ୍ର ସରକାରଙ୍କ ସିଏଏ ସମ୍ପର୍କୀତ ଘୋଷଣାନାମା ଆସିବା ପରେ ପରେ ଦେଶରେ ଥିବା ଅନେକ ଶରଣାର୍ଥୀ ଶିବିରରେ ହଷେ୍‌ର୍ାଲ୍ଲାସ ଖେଳିଯାଇଛି । ଶରଣାର୍ଥୀମାନେ ଭାରତ ସରକାରଙ୍କୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ, ଏହାପୂର୍ବରୁ କେରଳ, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ  ଭଳି ଦେଶର ୪ ରାଜ୍ୟ ନିଜ ନିଜ ବିଧାନସଭାରେ ସିଏଏ ବିରୋଧରେ ସଂକଳ୍ପ ପାରିତ କରାଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking