26.1 C
Bhubaneswar
Sunday, October 6, 2024
Homeଅପରାଧସ୍ତ୍ରୀକୁ ହତ୍ୟା ଘଟଣା: ଗିରଫ ଦାବିରେ ଥାନା ଆଗରେ ଧାରଣା

ସ୍ତ୍ରୀକୁ ହତ୍ୟା ଘଟଣା: ଗିରଫ ଦାବିରେ ଥାନା ଆଗରେ ଧାରଣା

ନୀଳଗିରି : ପରକିୟାକୁ ବିରୋଧ କରିବାରୁ ସ୍ୱାମୀ ତା ସ୍ତ୍ରୀକୁ ମାରିଦେବା ଘଟଣାରେ ସୋମବାର ଝିଅର ପରିବାର ଲୋକେ ବରହମପୁର ଥାନା ଆଗରେ ଧାରଣାରେ ବସିଛନ୍ତି । ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିଥିବା ବେଳେ ହତ୍ୟା ପଛରେ ଖଳନାୟିକା ପ୍ରେମିକାକୁ ଗିରଫ ଦାବିରେ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ ବରହମପୁର ଥାନା ଅଧିନସ୍ଥ ଗରଡିହି ଗ୍ରାମର ମୁରଲିଧର ବେହେରାଙ୍କ ପୁଅ ଦୀପ୍ତିକିଶୋର ବେହେରା କପ୍ତିପଦା ଥାନା ଅଧିନସ୍ଥ ସିନ୍ଧୁପୁର ଗ୍ରାମର ପ୍ରଶାନ୍ତ ମଣ୍ଡଳର ଝିଅ ସବିତାକୁ ୪ ବର୍ଷ ପୂର୍ବେ ବୈଦିକରୀତିରେ ବିବାହ କରିଥିଲେ । ତାଙ୍କର ୪ ବର୍ଷର ପୁଅ ଓ ୪ ମାସର ଝିଅଟିଏ ଅଛି । ସ୍ୱାମୀ ଦୀପ୍ତିକିଶୋର ବିବାହାର ୬ ମାସ ପରେ ନିଜର ସ୍ତ୍ରୀକୁ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ । ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ଆପୋଷ ବୁଝାବଣା କରାଯାଇଥିଲା । କିଛି ମାସ ପୂର୍ବରୁ ଦୀପ୍ତିକିଶୋର ତାଙ୍କ ଗାଁରେ ଅନ୍ୟ ଜଣେ ମହିଳା ମମତା ବିଶୋଇଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାକୁ ସ୍ତ୍ରୀ ବିରୋଧ କରିଆସୁଥିଲେ । ଗତ ୧୭ ତାରିଖ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଘରେ ସବିତା ନିଜର ପୁଅ ଓ ଝିଅ ସହିତ ଘରେ ଥିବା ବେଳେ ନୃସଂଶ ସ୍ୱାମୀ ଦୀପ୍ତିକିଶୋର ଓ ତାର ପ୍ରେମିକା ମମତା ଏକତ୍ରିତ ହୋଇ ସବିତାକୁ କାଠଫାଳିଆରେ ଅତି ଅମାନୁଷିକ ଭାବେ ମାଡ଼ ମାରିବା ପରେ ମୁହଁରେ ବିଷ ଢ଼ାଳି ଆତ୍ମହତାର ରୂପ ଦେବାକୁ ଚେଷ୍ଟା କରିଥିଲେ ।

ସବିତାକୁ ନୀଳଗିରି ମେଡିକାଲ ପରେ ବାଲେଶ୍ୱର ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତାଙ୍କ ବାପା ପ୍ରଶାନ୍ତ ମଣ୍ଡଳ ସ୍ୱାମୀ ଦୀପ୍ତି, ଶାଶୁ କମଳା ବେହେରା ଓ ପ୍ରେମିକ ମମତା ବିଶୋଇ ମିଶି ଝିଅକୁ ହତ୍ୟା କରିଥିବା ନେଇ ବରହମପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ବରହମପୁର ଥାନା ଅଧିକାରୀ ହେମନ୍ତ ମାଝୀ ସ୍ୱାମୀ ଦୀପ୍ତିକୁ ଗିରଫ କରିଥିଲେ । ମାତ୍ର ପ୍ରେମିକା ମମତାକୁ ଗିରଫ ଦାବିରେ ବାପଘର ଲୋକେ ବରହମପୁର ଥାନା ଆଗରେ ଧାରଣାରେ ବସିଥିଲେ । ଏନେଇ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହିଥିଲା । ପରେ ନୀଳଗିରି ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ, ସବ୍‌ଇନ୍‌ସ୍ପେକ୍ଟର ବିରଞ୍ଚି ସାହୁ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଧାରଣାକାରୀଙ୍କ ସହ ଆଲୋଚନା ପରେ ଧାରଣାରୁ ଉଠିଥିଲେ । ପ୍ରେମିକା ମମତାକୁ ତଦନ୍ତ ପରିସରଭୁକ୍ତ କରାଯିବା ସହ ଯଦି ତଦନ୍ତରେ ଦୋଷୀ ସାବ୍ୟସ୍ତ ହୁଏ ତେବେ ଆଇନ ଅନୁଯାୟୀ ତାକୁ ଦଣ୍ଡବିଧାନ କରାଯିବାର ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking