ଖଲ୍ଲିକୋଟ: କଟୁରୀରେ ହାଣି ନିଜ ଦାଦା ଓ ଭାଉଜକୁ ହତ୍ୟା କଲା ସମ୍ପର୍କୀୟ ପୁତୁରା। ଜମିବାଡି ବିବାଦକୁ ନେଇ ହତ୍ୟା କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ସାକିର ଗାଁରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା। ଖଲ୍ଲିକୋଟ ଥାନା ପାଳଧୁଆପଲ୍ଲି ଗ୍ରାମର ଡାକ୍ଟର ଡାକୁଆ ଓ ତାଙ୍କ ଦାଦା ଶିବ ଡାକୁଆଙ୍କ ମଧ୍ୟରେ ସାକିରରେ ଥିବା ଏକ ଜମିବାଡ଼ିକୁ ନେଇ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା । ଏନେଇ ଦୁଇ ପରିବାର ମଧ୍ୟ୍ୟରେ ବିବାଦ ଲାଗି ରହିଥିଲା । ତେଣୁ ଜମିବାଡ଼ି ବିବାଦକୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଡାକ୍ଟର ଡାକୁଆ ଓ ଦାଦାଙ୍କ ମଧ୍ୟ୍ୟରେ ପ୍ରଥମେ କିଛି ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା। ଡାକ୍ଟର ଆଣିଥିବା କଟୁରୀରେ ପ୍ରଥମେ ଦାଦାକୁ ଆକ୍ରମଣ କରିଥିଲା। ପୁଣି ଦାଦାଙ୍କ ବୋହୂ ତଥା ଭାଉଜ ଏହାକୁ ରୋକିବା ପାଇଁ ଆସି ସେ ମଧ୍ୟ୍ୟ ହତ୍ୟାର ଶିକାର ହୋଇଥିଲେ । ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ଖଲ୍ଲିକୋଟ ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବକକୁ ଅଟକ ରଖିଛି । ତଦନ୍ତ ପରେ ସତ୍ୟତା ଜଣାପଡିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।