ରାଉରକେଲା : ବାପାଙ୍କ ହତ୍ୟାର ପ୍ରତିଶୋଧ ନେଲେ ୨ ପୁଅ। ଦୁଇ ଭଣଜା ମାମୁଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଗୋବିରା ଗୀର୍ଜା ଟୋଲି ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବଲନ ବରୁଆ। ଅଭିଯୁକ୍ତ ଦ୍ୱୟ ହେଲେ-ଭିକି କୁଜୁର ଓ ଅମନ କୁଜୁର। ପୋଲିସ୍ ଏହି ୨ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ବଲନ ନିଜ ଭିଣୋଇ ଅର୍ଥାତ୍ ଭିକି ଓ ଅମନଙ୍କ ବାପାଙ୍କୁ ହତ୍ୟା କରି ଜେଲ୍ ଯାଇ ଜାମିନରେ ଆସିଥିଲା। ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଦୁଇ ଭଣଜା ଶାବଳରେ ମାମୁ ବଲନର ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଥିଲେ। ହତ୍ୟା କରିବା ପରେ ପୋଖରୀରେ ଫୋପାଡ଼ି ଦେଇଥିଲେ। ହେଲେ ପୋଲିସ୍ ଏସମ୍ପର୍କରେ ଖବରପାଇ ୨ ଭାଇଙ୍କୁ ଧରିବାରେ ସଫଳ ହୋଇଥିଲା।