29.1 C
Bhubaneswar
Saturday, July 27, 2024
Homeଅପରାଧଝିଆରୀକୁ ପ୍ରେମ କରିବାରୁ ପ୍ରେମିକକୁ ହତ୍ୟା

ଝିଆରୀକୁ ପ୍ରେମ କରିବାରୁ ପ୍ରେମିକକୁ ହତ୍ୟା

ଅନୁଗୋଳ: ଜିଲ୍ଲାରୁ ଅପହରଣ ପରେ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳର ଏକ ପୋଖରୀରୁ ହାତ ଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ସମ୍ପର୍କୀୟ ଝିଆରୀକୁ ପ୍ରେମ କରିବାରୁ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଏବେ ମଧ୍ୟ ୩ ଜଣ ଫେରାର ଥିବା ସୂଚନା ଦେଇଛି ପୋଲିସ । ସୂଚନା ଅନୁସାରେ, ଗତ ନଭେମ୍ବର ୨୬ ତାରିଖ ରାତି ୮ଟା ବେଳେ ଅନୁଗୋଳ ଜିଲ୍ଲା କୋରଡ଼ା ଗ୍ରାମର ବିକାଶ ବେହେରା ଗାଁ ପାଣି ଟାଙ୍କି ନିକଟରେ ଫୋନରେ କଥା ହେଉଥିଲେ ।

ଏତିକି ବେଳେ କଣିହାଁ ଥାନା ଜାମ୍ବୁଯୋଡି ଗ୍ରାମର ସଞ୍ଜିଲ ପ୍ରଧାନ ଓ ତାଙ୍କ ସହଯୋଗୀମାନେ ବିକାଶ ବେହେରାଙ୍କୁ ଏକ ବୋଲେରୋ ଗାଡ଼ିରେ ଅପହରଣ କରି ନେଇଥିଲେ । ପରେ ସେମାନେ କୋଶଳା କୁମୁଣ୍ଡା ରାସ୍ତା ଦେଇ କଣିହାଁ ଥାନା ସୀମାନ୍ତ ୍ୱାରିହାପୁର ଜଙ୍ଗଲକୁ ନେଇ ସେଠାରେ ଏକ ଦଉଡି ସାହାଯ୍ୟରେ ବିକାଶର ଗଳା ଚିପି ହତ୍ୟା କରିଥିଲେ । ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସେମାନେ ମୃତଦେହକୁ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଘୋଡ଼ାଡ଼ିଆଁ ଗ୍ରାମକୁ ନେଇ ସେଠାରେ ମୃତ ବିକାଶଙ୍କ ଦେହରେ ପଥର ବାନ୍ଧି ଥିବା ଗଭୀରଆମ୍ବ ବନ୍ଧରେ ପକାଇ ଦେଇଥିଲେ । ସେପଟେ ଏନେଇ ଜିଲ୍ଲା ଜରପଡା ଥାନାରେ ଗତ ୨୬ ନଭେମ୍ବରରେ ସନ୍ଧ୍ୟାରେ କୋରଡ଼ା ଗ୍ରାମର ବିକାଶ ବେହେରାଙ୍କୁ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ଏନେଇ ଜରପଡା ଥାନାରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ କରିଥିଲା । ଏହି ଘଟଣାରେ ପୋଲିସ ଛାନଭିନ କରି କଣିହାଁ ଥାନା ମାମୁଲି ଓରଫ ସଞ୍ଜିଲ ପ୍ରଧାନକୁ ଗିରଫ କରିଥିଲା । ଗିରଫ ପରେ ସଞ୍ଜିଲ ପୋଲିସ ଆଗରେ ମୃତ ବିକାଶ ବେହେରା ହତ୍ୟା କରିଥିବା ସ୍ୱୀକାର କରିଥିଲା । ତେବେ ଅଭିଯୁକ୍ତ ସଞ୍ଜିଲଙ୍କ ଜଣେ ସହଯୋଗୀଙ୍କ ଝିଆରୀଙ୍କ ସହିତ ବିକାଶ ପ୍ରେମ ସମ୍ପର୍କ ରଖିଥିଲେ । ଏହି ଘଟଣାକୁ ବିକାଶରୁ ରାସ୍ତାରୁ ହଟାଇବା ପାଇଁ ସଞ୍ଜିଲ ଓ ଅନ୍ୟ ସହଯୋଗୀମାନେ ଷଡଯନ୍ତ୍ର କରିଥିଲେ । ଯୋଜନା ଅନୁଯାୟୀ, ସେମାନେ ବିକାଶକୁ ଏକ ବୋଲେରୋରେ ନେଇ ଜଙ୍ଗଲ ଭିତରେ ହତ୍ୟା କରିଥିଲେ । ତେବେ ପୋଲିସ ସଞ୍ଜିଲକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଏହି ହତ୍ୟାରେ ବ୍ୟବହୃତ ଏକ ମୋଟର ସାଇକେଲ, ପଥର ଓ ଦଉଡିକୁ ଜବତ କରିଛି । ସେପଟେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking