ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ପୂର୍ବ ଶତ୍ରୁତା କୁ ନେଇ ଗତ ଗୁରୁବାର ଦିନ ରାତ୍ରିରେ ନାଗାର୍ଜୁନ ଗୌଡ଼ଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ପିଟି ପିଟି ଯେଉଁ ହତ୍ୟା କରାଯାଇଥିଲା ସେହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଜଣେ ନାବାଳକ ସମେତ ଜୀବନ ଗୌଡ଼,ଶ୍ରୀଧର ବିଷୋୟୀ ଓ ବିକ୍ରମ ମିଶ୍ରଙ୍କୁ ଗିରଫ କରି କୋର୍ଟ ପଠାଇଛି ଆସିକା ପୋଲିସ। ଏହାସହ ହତ୍ୟାରେ ବ୍ୟବହୁତ ମାରଣାସ୍ତ୍ର କୁ ଜବତ କରିଛି ପୋଲିସ l ପୂର୍ବ ଶତ୍ରୁତା କୁ ନେଇ ହତ୍ୟା କାଣ୍ଡ ହୋଇଛି ବୋଲି ପୋଲିସ ସୂଚନା ଦେଇଛି l ଗତ ଗୁରୁବାର ରାତ୍ରରେ ନଳବଣ୍ଟା ଗ୍ରାମ ନୁଆଁ ସାହିର ନାଗା ଗୌଡ଼କୁ ସଙ୍ଘବଦ୍ଧ ଭାବେ କୋଳି ସାହିରେ ମାରଣସ୍ତ୍ର ଦ୍ୱାରା ଆକ୍ରମଣ କରି ଶରୀରର ବିଭିନ୍ନ ସ୍ଥାନକୁ ଆକ୍ରମଣକାରୀ ମାନେ ଆଘାତ କରିଥିଲେ, ଫଳରେ ଘଟଣା ସ୍ଥଳରେ ହିଁ ନାଗାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଭିଯୁକ୍ତ ହତ୍ୟାକାରୀ ମାନେ ଗୁଜୁରାଟ ଯିବା ପାଇଁ ଯୋଜନା କରୁଥିବା ସମୟରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁଙ୍କ ନେତୃତ୍ୱରେ ଆସିକା ପୋଲିସ ନଳବଣ୍ଟା ଗ୍ରାମରୁ ସେମାନଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି ଆସିକା SDPO ସୂର୍ଯ୍ୟମଣି ପ୍ରଧାନ।