34.1 C
Bhubaneswar
Saturday, May 18, 2024
Homeଓଡିଶାମୃତ ବାପାଙ୍କ ଟଙ୍କା ପାଇଁ ରାକ୍ଷସ ପାଲଟିଲା ସାନଭାଇ : ବଡ଼କୁ ହତ୍ୟା କରି ପୋତିଦେଲା

ମୃତ ବାପାଙ୍କ ଟଙ୍କା ପାଇଁ ରାକ୍ଷସ ପାଲଟିଲା ସାନଭାଇ : ବଡ଼କୁ ହତ୍ୟା କରି ପୋତିଦେଲା

ସଇଁନ୍ତଳା: ସମ୍ପର୍କର ଅର୍ଥ ଉପରେ ଲାଗିଲା କଳା ଦାଗ । ମଣିଷ ବୁଝିବା ପୂର୍ବରୁ ନିଜର ଲୋଭ ପାଇଁ ରାକ୍ଷସ ପାଲଟି ଯାଉଛି । ଘରବାଡି, ସମ୍ପତ୍ତି, ଟଙ୍କା ପଇସାକୁ ନିଜର ସର୍ବସ୍ୱ ଭାବି ମଣିଷ ଜଘନ୍ୟ କାଣ୍ଡଘଟାଇବାକୁ ମଧ୍ୟ ପଛଉନି । ତେବେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଟିଟିଲାଗଡରେ । ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୧୪ ହାଟପଦା ପଡ଼ା(ଗୋରୁବଜାର)ର ସ୍ୱର୍ଗତ ଦିଜିଲି ବେହେରାଙ୍କ ବଡପୁଅ ସଞ୍ଜୟ ବେହେରା (୩୩) । ଗତ ଅକ୍ଟୋବର ୪ ରୁ ନିଖୋଜ ଥିବାବେଳେ ଏ ନେଇ ପରିବାର ଲୋକେ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏ ନେଇ କେସ ନଂ୭୭/୨୦୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ତେବେ ଆଜି ଟିଟିଲାଗଡ଼-ବେଲଗାଁ ରାସ୍ତା ଝାଡଦେବନ୍ଧ ନିକଟରେ ଥିବା ଜଙ୍ଗଲ ଭିତରୁ ଉକ୍ତ ନିଖୋଜ ସଞ୍ଜୟର ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ସଞ୍ଜୟଙ୍କ ପିତା ଦିଜିଲି ବେହେରା ବିଦ୍ୟୁତ ବିଭାଗ କର୍ମଚାରୀ ଥିଲେ ।

କିଛି ଦିନ ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ସ୍ତ୍ରୀ ଙ୍କୁ ବିଜୁଳି ବିଭାଗ ତରଫରୁ ମିଳିଥିବା ଟଙ୍କାକୁ ନେଇ ପରିବାରରେ ଅଶାନ୍ତି ଲାଗି ରହିବା ସହ ଭାଇଭାଇଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା । ଟଙ୍କା ଭାଗବଣ୍ଟାକୁ ନେଇ ସଞ୍ଜୟକୁ ସାନ ଭାଇ ପ୍ରମୋଦ ବେହେରା (୨୭) ନିଜେ ହତ୍ୟା କରିଦେଇଥିବା ଜଣାପଡିଛି । ଘଟଣା ସ୍ଥାନରେ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ , ଥାନାଧିକାରୀ ରଞ୍ଜନ କୁମାର ବରିହା ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚି ଥିବା ବେଳେ ଉପଜିଲ୍ଲାପାଳ ଡ.ଲଲିତ ବାଗଙ୍କ ଉପସ୍ଥିତରେ ମାଟି ଖୋଳି ଶବ ଉଦ୍ଧାର କରିଛି ପୁଲିସ । ଅନ୍ୟପକ୍ଷରେ ପୁଲିସ ତାଙ୍କ ସାନ ଭାଇ ପ୍ରମୋଦଙ୍କୁ ଅଟକ ରଖିଛି । ସନ୍ଦେହରେ ପୁଲିସ୍ ପ୍ରମୋଦଙ୍କୁ ପଚରାଉଚରା କରିଥିଲା । ଏହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା । ସଞ୍ଜୟଙ୍କୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିବା କଥା ପ୍ରମୋଦ ପୁଲିସ ସାମ୍ନାରେ କହିଥିଲା । ପୁଲିସ ଆଜି ପ୍ରମୋଦଙ୍କୁ ଘଟଣାସ୍ଥଳକୁ ନେଇ ସଞ୍ଜୟଙ୍କ ମୃତଦେହ ଉଦ୍ଧାର କରିଥିଲା । ଏହି ଘଟଣାରେ ପୁଲିସ ପ୍ରମୋଦଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking