ମୟୂରଭଞ୍ଜ: ଆସନ୍ତାକାଲି ପୌର ନିର୍ବାଚନ । ଏନେଇ ମଙ୍ଗଳବାର ପ୍ରଚାରର ଶେଷଦିନ ଥିଲା । ପ୍ରଚାର ବନ୍ଦ ହେଉ ହେଉ ବିଭିନ୍ନ ଦଳର ପ୍ରାର୍ଥୀମାନେ ବିଭିନ୍ନ ୱାର୍ଡକୁ ଅନ୍ଧାରୀ ବିଜେ ଆରମ୍ଭ କରିଦେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଜିଲ୍ଲା ବାରିପଦା ମୁନ୍ସିପାଲିଟି ୱାର୍ଡ ନମ୍ବର ୧୭କୁ ମଧ୍ୟ ଜଣେ ପ୍ରାର୍ôଥନୀ ତାଙ୍କର କିଛି ସମର୍ଥକ ତଥା ଦଳୀୟ କର୍ମୀଙ୍କ ସହ ଯାଇ ଭୋଟରଙ୍କୁ ଟଙ୍କା ଯାଚିବା ସହ ଭୋଟ୍ ମାଗିଥିଲେ । ଏହି ସମୟରେ ବିରୋଧୀ ଦଳର କର୍ମୀମାନେ ସେଠାରେ ପହଞ୍ଚି ଟଙ୍କା କାରବାର କରୁଥିବା ସଂପୃକ୍ତ ପ୍ରାର୍ଥୀଙ୍କୁ ଅଟକ ରଖିଥିଲେ । ଟଙ୍କା କାରବାରରେ ପୋଲିସ ସହାୟତା କରୁଥିବା ଅଭିଯୋଗ ଆଣି ଟଙ୍କା କାରବାରେ କରୁଥିବା ସଂପୃକ୍ତ ପ୍ରାର୍ଥୀ, ତାଙ୍କ ଦଳ ତଥା ପୋଲିସ ବିରୋଧରେ ନାରାବାଜି କରିଥିଲେ । ଏନେଇ ଖବର ପାଇବା ପରେ ସଦଳବଳେ ସ୍ଥାନୀୟ ପୋଲିସ ପହଞ୍ଚିଥିଲା ଏବଂ ବୁଝାସୁଝା କରି ଅଟକ ଥିବା ପ୍ରାର୍ଥୀଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।