26.1 C
Bhubaneswar
Saturday, January 11, 2025
Homeଖେଳମ୍ୟୁନିକ୍ ପାରା ଶୁଟିଂ ବିଶ୍ୱକପ୍‌: ଅନ୍ତିମ ଦିନରେ ସିଂହରାଜଙ୍କୁ ୨ ସ୍ୱର୍ଣ୍ଣ

ମ୍ୟୁନିକ୍ ପାରା ଶୁଟିଂ ବିଶ୍ୱକପ୍‌: ଅନ୍ତିମ ଦିନରେ ସିଂହରାଜଙ୍କୁ ୨ ସ୍ୱର୍ଣ୍ଣ

୧୦ ପଦକ ସହ ଭାରତର ଶ୍ରେଷ୍ଠ ପ୍ରଦର୍ଶନ
ମ୍ୟୁନିକ୍ : ଗୁରୁବାର ଏଠାରେ ଉଦ୍‌ଯାପିତ ପାରା ଶୁଟିଂ ବିଶ୍ୱକପ୍‌ରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ଅଭିଯାନ ଶେଷ କରିଛି । ଅନ୍ତିମ ଦିନରେ ପାରାଲିମ୍ପିକ୍ ପଦକ ବିଜେତା ସିଂହରାଜ ଅଧାନାଙ୍କ ଦୁଇଟି ସ୍ୱର୍ଣ୍ଣ ସହ ଭାରତ ମୋଟ ୧୦ଟି ପଦକ ଜିତି ଟେବଲ୍ ଶୀର୍ଷକୁ ଉଠିଛି। ୨୦୧୭ରେ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ଭାଗନେବା ପରଠାରୁ ଏହା ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ । ପ୍ରତିଯୋଗିତାରେ ଭାରତ ଛଅଟି ସ୍ୱର୍ଣ୍ଣ, ତିନି ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ୍ ପଦକ ଜିତିଛି । ଫ୍ରାନ୍ସ (୧୧) ଓ ୟୁକ୍ରେନ୍ (୧୫) ଯଥାକ୍ରମେ ୪ ଓ ୩ଟି ସ୍ୱର୍ଣ୍ଣ ପଦକ ଜିତି ଦ୍ୱିତୀୟ ଓ ତୃତରୟ ସ୍ଥାନରେ ରହିଛନ୍ତି । ଗୁରୁବାର ଅନ୍ତିମ ଦିନରେ ଟୋକିଓ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ସିଂହରାଜ କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ଚତୁର୍ଥ ସ୍ଥାନରେ ରହିଥିଲେ ।

ତେବେ ପ୍ରଦର୍ଶନରେ ସୁଧାର କରି ମୋଟ ୨୨୪.୧ ପଏଣ୍ଟ ସ୍କୋର୍ କରି ଶେଷରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ୟୁକ୍ରେନ୍‌ର ଓଲେକ୍ସି ଡେନିସିଉକ୍ ୨୧୬.୨ ପଏଣ୍ଟ ସହ ରୌପ୍ୟ ଏବଂ କୋରିଆର ଜେଓଙ୍ଗ୍‌ଦୁ ଜୋ ୱନ୍ ୧୯୩.୯ ପଏଣ୍ଟ ସହ ବ୍ରୋଞ୍ଜ୍ ପଦକ ଜିତିଥିଲେ । ବ୍ୟକ୍ତିଗତ ଇଭେଣ୍ଟ୍ ପୂର୍ବରୁ ସିଂହରାଜ ନିଜ ଦେଶର ଦୀପେନ୍ଦର ସିଂହ ଏବଂ ମନୀଶ ନର୍‌ୱାଲ୍‌ଙ୍କ ସହ ମିଶି ଟିମ୍ ଇଭେଣ୍ଟ୍ ସ୍ୱର୍ଣ୍ଣ ଜିତିଥିଲେ। ପି-୪ ଇଭେଣ୍ଟ୍‌ରେ ଏହା ସିଂହରାଜଙ୍କ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ।

ପୂର୍ବରୁ ସେ ଏହି ଇଭେଣ୍ଟ୍‌ରେ ବହୁଥର ରୌପ୍ୟ ଓ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ପି୩-ମିକ୍ସଡ୍ ୨୫ ମି. ପିସ୍ତଲ ଏସ୍‌ଏଚ୍‌୧ ଇଭେଣ୍ଟ୍‌ରେ ରାହୁଲ ଜାଖର ସ୍ୱର୍ଣ୍ଣ ପଦକ ଜିତି ଚଳିତ ପାରା ଶୁଟିଂ ବିଶ୍ୱକପ୍‌ରେ ଭାରତର ଅଭିଯାନ ଆରମ୍ଭ କରିଥିଲେ । ସେହିପରି ସିଂହରାଜ ଏବଂ ନିହାଲ୍‌ଙ୍କ ମିଶି ଜାଖର୍ ଟିମ୍ ଇଭେଣ୍ଟ୍‌ରେ କୋରିଆ ଓ ଚେକ୍ ଗଣରାଜ୍ୟକୁ ପଛରେ ପକାଇ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହାପରେ ମନୀଷ ନରୱାଲ୍ ଓ ରୁବିନା ଫ୍ରାନ୍ସିସ୍‌ଙ୍କ ଯୋଡ଼ି ପି-୬ ମିକ୍ସଡ୍ ଟିମ୍ ୧୦ ମି. ଏୟାର୍ ଏସଛଏସ୍ ପିସ୍ତୁଲ ଇଭେଣ୍ଟ୍‌ରେ ଅନ୍ୟ ଏକ ସ୍ୱର୍ଣ୍ଣ ପଦକ ଜିତିଥିଲେ । ନଭେମ୍ବରରେ ୟୁଏଇର ଅଲ୍ ଏନ୍‌ରେ ହେବାକୁ ଥିବା ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ପାରା ଶୁଟିଂ ଟିମ୍ ଭାଗନେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking