29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶୟୁପି ଡିଜିପି କାର୍ଯ୍ୟଭାର ସମ୍ଭାଳିଲେ ମୁକୁଲ ଗୋୟଲ

ୟୁପି ଡିଜିପି କାର୍ଯ୍ୟଭାର ସମ୍ଭାଳିଲେ ମୁକୁଲ ଗୋୟଲ

ଉତ୍ତରପ୍ରଦେଶ: ଭାରତୀୟ ପୁଲିସ ସେବା ର ବରିଷ୍ଠ ଅଧିକାରୀ ମୁକୁଲ ଗୋୟଲ ଉତ୍ତରପ୍ରଦେଶର ନୂଆ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ରୂପରେ ଆଜି କାର୍ଯ୍ୟଭାର ସମ୍ଭାଳିଛନ୍ତି । ୧୯୮୭ ବ୍ୟାଚର ଆଇପିଏସ ଅଧିକାରୀ ମୁକୁଲ ଗୋୟଲ ଙ୍କୁ ୩୦ ଜୁନ, ବୁଧବାର ଉତ୍ତରପ୍ରଦେଶର ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା । ସେ ଶୁକ୍ରବାର କାର୍ଯ୍ୟଭାର ସମ୍ଭାଳିଥିଲେ । ଏହାପୂର୍ବରୁ ଗୋୟଲ ବିଏସଏଫରେ ଅତିରିକ୍ତ ମହାନିର୍ଦ୍ଦେଶକ ପଦରେ ନିୟୋଜିତ ଥିଲେ । ଗୋୟଲ ଶୁକ୍ରବାର ସକାଳେ ରାଜଧାନୀ ଲକ୍ଷନଉ ପହଂଚିଥିଲେ  ଓ ଦ୍ୱିପ୍ରହରରେ ସେ ପୁଲିସ ମହାନିର୍ଦ୍ଦେଶକ ପଦ କାର୍ଯଭାର ସମ୍ଭାଳିଥିଲେ । ସେ ପୂର୍ବ ପୁଲିସ ମହାନିର୍ଦ୍ଦେଶକ ଏଚ ସି ଅବସ୍ଥୀଙ୍କ ସ୍ଥାନ ନେଲେ । ଡିଜିପି ମୁକୁଲ ଗୋୟଲ କହିଛନ୍ତି ଯେ, ରାଜ୍ୟରେ କାନୁନ ବ୍ୟବସ୍ଥାକୁ ବଜାୟ ରଖିବା ଏକ ଚ୍ୟାଲେଜଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking