30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶତାଲିବାନ ହାତରୁ ଆଫଗାନିସ୍ତାନର ୩ଟି ଜିଲ୍ଲା ଛଡ଼ାଇ ନେଲେ ମୁଜାହିଦ୍ଦିନ ସଂଗ୍ରାମୀ

ତାଲିବାନ ହାତରୁ ଆଫଗାନିସ୍ତାନର ୩ଟି ଜିଲ୍ଲା ଛଡ଼ାଇ ନେଲେ ମୁଜାହିଦ୍ଦିନ ସଂଗ୍ରାମୀ

କାବୁଲ: ଆଫଗାନିସ୍ତାନରେ କ୍ଷମତା ଦଖଲ କରିବା ପରେ ଦେଶରେ ତାଲିବାନ ବିରୋଧରେ କ୍ରମାଗତ ବିରୋଧ ଜାରି ରହିଛି । ଏଥିସହିତ ସ୍ଥାନୀୟ ମୁଜାହିଦ୍ଦିନ ସଂଗ୍ରାମୀମାନେ କିଛି ତାଲିବାନୀ ଯୋଦ୍ଧାଙ୍କୁ ହତ୍ୟା କରି ସେମାନଙ୍କୁ ପୋଲ-ଏ-ହେସାର, ଦେହ ସାଲାହ ଏବଂ ବାନୁ ଜିଲ୍ଲାରୁ ପଛକୁ ଫେରିବାକୁ ବାଧ୍ୟ କରିଥିବା ଜଣାପଡ଼ିଛି। ଏହି ସମସ୍ତ ଜିଲ୍ଲା ବାଗଲାନ୍ ପ୍ରଦେଶର ଅଟେ | ଖେର ମହମ୍ମଦ ଆଣ୍ଡ୍ରାବୀଙ୍କ ନେତୃତ୍ୱରେ ମୁଜାହିଦ୍ଦିନ୍ ସଂଗ୍ରାମୀମାନେ ତାଲିବାନୀଙ୍କ ହାତରୁ ଏହି ଅଞ୍ଚଳ ଦଖଲ କରିଥିବା ଦାବି କରିଛନ୍ତି। ତେବେ ତାଲିବାନ ପକ୍ଷରୁ ଏ ସମ୍ପର୍କରେ କୌଣସି ବିବୃତି ଦିଆଯାଇ ନାହିଁ। ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଏହି ସଂଘର୍ଷରେ ଅନେକ ତାଲିବାନୀ ଯୋଦ୍ଧା ଆହତ ହୋଇଛନ୍ତି କିମ୍ବା ମୃତ୍ୟୁବରଣ କରିଛନ୍ତି। ମୁଜାହିଦ୍ଦିନ ସଂଗ୍ରାମୀମାନେ କହିଛନ୍ତି ଯେ, ଏହି ୩ଟି ଜିଲ୍ଲା ଦଖଲ ପରେ ଏବେ ସେମାନେ ତାଲିବାନ ହାତରୁ ଅନ୍ୟ ଜିଲ୍ଲାକୁ ନେବା ପାଇଁ ଆଗକୁ ବଢୁଛନ୍ତି |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking