31.1 C
Bhubaneswar
Thursday, April 16, 2026
Homeଦେଶ ବିଦେଶଆଜି ରାତି ୮ରେ ଶପଥ ନେବେ ମହମ୍ମଦ ୟୁନୁସ

ଆଜି ରାତି ୮ରେ ଶପଥ ନେବେ ମହମ୍ମଦ ୟୁନୁସ

ଢାକା : ନୋବେଲ ଶାନ୍ତି ପୁରସ୍କାର ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହେବା ଚୂଡାନ୍ତ ହୋଇଛି। ଗୁରୁବାର ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ଶପଥ ଗ୍ରହଣ କରିବେ ବୋଲି ସେନାମୁଖ୍ୟ ଜେନେରାଲ ୱାକର ଉଜ୍ ଜମାନ ବୁଧବାର କହିଛନ୍ତି। ମଙ୍ଗଳବାର ରାତିରେ ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା। ସେନାମୁଖ୍ୟଙ୍କ କହିବା ଅନୁଯାୟୀ ଗୁରୁବାର ରାତି ୮ରେ ଅନ୍ତରୀଣ ସରକାରକୁ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଶପଥ ପାଠ କରାଇବେ। ନୂଆ ସରକାରରେ ୧୫ଜଣ ପରାମର୍ଶଦାତା ପରିଷଦ ରହିବ। ଅନ୍ତରୀଣ ସରକାର ଗଠନର ତିନି ମାସ ପରେ ଦେଶରେ ସାଧାରଣ ନିର୍ବାଚନ ମାଧ୍ୟମରେ ଗଣତାନ୍ତ୍ରିକ ଉପାୟରେ ସରକାର ଗଠନ ହେବ। ଶେଖ ହସିନାଙ୍କ ନେତୃତ୍ବାଧୀନ ସରକାରର ପତନ ପରେ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ଦେଶର ଶାସନ କାର୍ୟ୍ୟ ପରିଚାଳନା ନିମନ୍ତେ କୌଣସି ସରକାର କ୍ଷମତାରେ ନଥିବାରୁ ଅନ୍ତରୀଣ ସରକାର ଗଠନ କରାଯାଉଛି। ସେନା ଏବେ ସାମୟିକ ଭାବେ ଦେଶର ଶାସନ କାର୍ୟ୍ୟ ପରିଚାଳନା କରିବା ସହ ଅନ୍ତରୀଣ ସରକାର ଗଠନ ନେଇ ପ୍ରକ୍ରିୟା ଚଳାଇଛି। ୟୁନୁସ ଅନ୍ତରୀଣ ସରକାରର ନେତୃତ୍ବ ନେବାକୁ ଯାଉଥିବାରୁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ଅଦାଲତ ଖାରଜ କରିଦେଇଛନ୍ତି। ଶ୍ରମ ଆଇନ ଉଲ୍ଲଙ୍ଘନ ଅଭିଯୋଗକୁ ନେଇ ୟୁନୁସଙ୍କ ବିରୋଧରେ ହସିନା ସରକାର ମାମଲା ରୁଜୁ ପୂର୍ବକ ଦୋଷୀ ସାବ୍ୟସ୍ତ କରି ଜେଲ୍ ପଠାଇଥିଲେ। ୮୪ବର୍ଷୀୟ ୟୁନୁସ ୨୦୦୬ରେ ନୋବେଲ ଶାନ୍ତି ପୁରସ୍କାର ବିଜୟୀ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking