33.3 C
Bhubaneswar
Tuesday, June 23, 2026
Homeଦେଶ ବିଦେଶପୁଣି ଅପରିବର୍ତ୍ତିତ ରହିଲା ରେପୋରେଟ୍‌

ପୁଣି ଅପରିବର୍ତ୍ତିତ ରହିଲା ରେପୋରେଟ୍‌

ନୂଆଦିଲ୍ଲୀ : ଲଗାତର ୯ମ ଥର ଲାଗି ରେପୋରେଟ୍‌ ଅର୍ଥାତ ସୁଧ ହାରକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)। ୩ ଦିନ ଧରି ଚାଲିଥିବା ମୁଦ୍ରା ନୀତି କମିଟି(ଏମପିସି) ବୈଠକରେ ରେପୋରେଟ୍‌କୁ ପୂର୍ବପରି ୬.୫% ରଖିବାକୁ ଆରବିଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏମପିସିରେ ଅଗଷ୍ଟ ୬, ୭ ଏବଂ ୮ ତାରିଖରେ ହୋଇଥିବା ବୈଠକରେ ୪ ଅନୁପାତ ୨ ବହୁମତ ଆଧାରରେ ନୀତିଗତ ସୁଧ ହାର ଅର୍ଥାତ ରେପୋରେଟକୁ ୬.୫%ରେ ଅପରିବର୍ତ୍ତିତ ରଖାଯିବାକୁ ନିଷ୍ପତ୍ତି ହୋଇଛି। ୨୦୨୩ ଫେବୃୟାରୀରୁ ରେପୋରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଫଳରେ ବର୍ତ୍ତମାନ ବିଭିନ୍ନ ବ୍ୟାଙ୍କରୁ ଋଣ ନେଇଥିବା ସାଧାରଣ ଜନତାଙ୍କ ଇଏମଆଇ ଉପରେ କୌଣସି ପ୍ରକାର ଅଶ୍ଵସ୍ତି ମିଳିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking