27.1 C
Bhubaneswar
Saturday, October 19, 2024
Homeଓଡିଶାମୁଢି ଫ୍ୟାକ୍ଟି ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୁଢି ଫ୍ୟାକ୍ଟି ମାଲିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜଣେ ମୁଢି ଫ୍ୟାକ୍ଟ୍ରି ମାଲିକଙ୍କ ଝୁଲନ୍ତା ମୃତ ଦେହକୁ ମଞ୍ଚେଶ୍ୱର ଥାନା ପୁଲିସ ମଙ୍ଗଳବାର ଉଦ୍ଧାର କରିଛି । ସେ ଅନ୍ନା ନାମରେ ମଞ୍ଚେଶ୍ୱର ଅଞ୍ଚଳରେ ପରିଚିତ । ତାଙ୍କ ଘର ଦକ୍ଷୀଣ ଭାରତର କୌଣସି ଏକ ରାଜ୍ୟରେ ବୋଲି ଜଣାପଡିଛି । ସେ ଚକେଇସିଆଣି କେନାଲ ବନ୍ଧରେ ଏକ ଘର ଭଡା ନେଇ ମୁଢି ଫ୍ୟାକ୍ଟ୍ରିକୁ କରିଥିଲେ । ଏହା ସହ ପରିବାର ଧରି ସେଠାରେ ରହୁଥିଲେ । ହେଲେ ପରିବାର ଲୋକେ ବୁଲିବା ପାଇଁ କିଛିଦିନ ହେବ ନିଜ ରାଜ୍ୟକୁ ଚାଲି ଯାଇଥିଲେ । ଏହି ସମୟରେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି । ତେବେ ମିଳିଥିବା ସୂଚନା ମୁତାବକ, ଅପରାହ୍ନରେ ସେ କବାଟ ବନ୍ଦ କରି ଘରେ ଶେଇଥିଲେ । କିଛି ମୁଢି ବ୍ୟବସାୟୀ ମୁଢି ନେବା ପାଇଁ ତାଙ୍କ ପାଖରେ ପହଞ୍ଚି ଥିଲେ । ସେଠାରେ ତାଙ୍କ ଝୁଲନ୍ତା ମୃତ ଦେହ ଦେଖି ପୁଲିସକୁ ଖବର ଦିଆଯାଇଥିଲା । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତଆରମ୍ଭ କରିବା ସହ ବ୍ୟବଚ୍ଛେଦ ପାଇର୍ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking