ଢେଙ୍କାନାଳ : ରାଜ୍ୟ ସରକାରଙ୍କ ତରଫରୁ ମୋ ସ୍କୁଲ୍ ଅଭିଯାନ ଯୋଜନା ମାଧ୍ୟମରେ ଅନ୍ତର୍ଭୁକ୍ତ ବିଦ୍ୟାଳୟ ଗୁଡିକର ବିକାଶ ତଥା ଛାତ୍ରଛାତ୍ରୀଙ୍କର ଶିକ୍ଷା କ୍ଷେତ୍ରରେ ମାନଦଣ୍ଡ ବଢାଇବା ପାଇଁ ଯେଉଁ ସବୁ ଯୋଜନାମାନ ପ୍ରଣୟନ କରାଯାଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ଆଳୁତୁମା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରି ମୋ ସ୍କୁଲ୍ ଅଭିଯାନର ସମୀକ୍ଷା କରିଛନ୍ତି ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ । ଉକ୍ତ ସ୍କୁଲ୍ରେ ୩୨୮ ଜଣ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାନରେ କେଉଁ ସବୁ ବ୍ୟବସ୍ଥା କରାଯାଇଛି ସେ ସବୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବନଲତା ସାହୁଙ୍କୁ ପଚାରି ବୁଝିଥିଲେ । ପ୍ରତ୍ୟେକ ମାସରେ ଶନିବାର ଅଭିଭାବକମାନଙ୍କୁ ଡାକି ମୋ ସ୍କୁଲ୍ କାର୍ଯ୍ୟକ୍ରମ ବିଷୟରେ ବୈଠକ କରାଯାଉଛି କି ନାହିଁ ରେଜିଷ୍ଟର୍କୁ ଯାଂଚ କରିଥିଲେ । କୋଭିଡ୍ ସମୟରେ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଶିକ୍ଷା ଦେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପକ୍ଷରୁ ଶ୍ରେଣୀ ଗୃହଗୁଡିକୁ ପୁନରୁଦ୍ଧାର କରିବା ପାଇଁ ଜଣାଇଥିଲେ । ସେହି ସମୟରେ ସାଂସଦଙ୍କ ସହିତ କାମାକ୍ଷାନଗର ପ୍ରତିନିଧି ହଟକିଶୋର ଗଡନାୟକ, ଶିକ୍ଷକ ସନାତନ ପଟ୍ଟନାୟକ, ଶିକ୍ଷୟିତ୍ରୀ ସଙ୍ଗୀତା ମହାନ୍ତି, ଗିତାଞ୍ଜଳି ନନ୍ଦଙ୍କ ସମେତ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।