27.1 C
Bhubaneswar
Friday, March 29, 2024
Homeକରୋନାଆମେରିକାରେ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌

ଆମେରିକାରେ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌

ୱାଶିଂଟନ: ଆମେରିକାରେ ଫାଇଜର ଟିକାକୁ ବୁଷ୍ଟର ଡୋଜ୍ ଭାବେ ଦିଆଯିବ । ୬୫ବର୍ଷରୁ ଅଧିକ ବୟସ୍କ ଲୋକମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ । ଅଧିକ ସଂକ୍ରମଣ ଆଶଙ୍କା ଥିବା ଲୋକମାନଙ୍କୁ ଦିଆଯିବ ବୁଷ୍ଟର ଡୋଜ୍ । ଦ୍ୱିତୀୟ ଡୋଜ୍ ଟିକାର ୬ମାସ ପରେ ବୁଷ୍ଟର ଡୋଜ୍ ଦିଆଯିବ । ଫାଇଜର-ବାୟୋନଟେକ ପ୍ରସ୍ତୁତ କରିଥିବା କରୋନା ଟିକାକୁ ବୁଷ୍ଟର ଡୋଜ୍‌ ଭାବେ ବ୍ୟବହାର କରାଯିବ। ସେହିପରି କେବଳ ବୟସ୍କ ଓ ସଂକ୍ରମଣର ଅଧିକ ଆଶଙ୍କା ଥିବା ଲୋକମାନଙ୍କୁ ହିଁ ଫାଇଜର ଟିକାର ବୁଷ୍ଟର ଡୋଜ୍‌ ନେଇ ପାରିବେ ବୋଲି ଆମେରିକା ସରକାର କହିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁ ରାଷ୍ଟ୍ର ମୁଖ୍ୟମାନଙ୍କୁ ବୁଷ୍ଟର ଡୋଜ୍‌ ବ୍ୟବହାର ନ କରିବାକୁ ପରାମର୍ଶ ଦେଇଥିଲା। ଏହାଦ୍ୱାରା ଗରିବ ରାଷ୍ଟ୍ରଗୁଡ଼ିକ ପାଇଁ ଟିକା ଉପଲବ୍ଧ ହୋଇ ପାରିବ ବୋଲି ହୁ’ ଆଶା କରିଥିଲା।

ହେଲେ ଏହାକୁ ବେଖାତିର କରି ଗୋଟିଏ ପରେ ଗୋଟିଏ ରାଷ୍ଟ୍ର ନିଜ ନାଗରିକଙ୍କ ପାଇଁ ବୁଷ୍ଟର ଡୋଜ୍‌ର ବ୍ୟବସ୍ଥା କରୁଛନ୍ତି। ଏଥିରେ ଏବେ ଆମେରିକା ଯୋଡ଼ି ହୋଇଯାଇଛି। ଆମେରିକାର ଫୁଡ ଆଣ୍ଡ ଡ୍ରଗ ଆଡମିନଷ୍ଟ୍ରେସନର କାର୍ଯ୍ୟକାରୀ ମୁଖ୍ୟ ଜାନେଟ ଉଡକୁକ କହିଛନ୍ତି। ୬୫ ବର୍ଷରୁ ଅଧିକ ବୟସ୍କ, ବହୁ ବିଧି ରୋଗରେ ଥିବା ପ୍ରାପ୍ତ ବୟସ୍କ ଓ ସଂକ୍ରମଣ ଆଶଙ୍କା ଥିବା ବିଭାଗରେ କାମ କରୁଥିବା ଲୋକମାନେ ଫାଇଜର ଟିକାର ବୁଷ୍ଟର ଡୋଜ୍‌ ନେଇପାରିବେ ବୋଲି ସେ କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking