ସମ୍ବଲପୁର: ନୂଆଁଖାଇ ପାଇଁ ଚଳଚଞ୍ଚଳ ହେଲାଣି ପଶ୍ଚିମ ଓଡ଼ିଶା। ନୂଆଁଖାଇ ପାଇଁ ମା’ ସମଲେଶ୍ବରୀଙ୍କ ମନ୍ଦିରରେ ଆଜି ପହଞ୍ଚିବ ନୂଆଁଧାନ। ମାଙ୍କ ମନ୍ଦିରରେ ନୂଆଁଧାନ ପହଞ୍ଚିବ । ଯାହାକୁ ଗ୍ରହଣ କରିବେ ପୂଜକ । ନୂଆଁଧାନରୁ ପ୍ରସ୍ତୁତ ଚାଉଳକୁ ନୂଆଁଖାଇ ଦିନ ମାଁ ସମଲେଶ୍ବରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ । ଏହାପରେ ପଶ୍ଚିମ ଓଡ଼ିଶାରେ ଘରେ ଘରେ ନୂଆଁ ଖାଇବାର ପରମ୍ପରା ରହିଛି। ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଜମିଲାଣି ମାର୍କେଟ୍।