26.1 C
Bhubaneswar
Tuesday, October 22, 2024
Homeଓଡିଶାଘୁଞ୍ଚିଲା ୟୁଜିସି-ଏନ୍‌ଇଟି ପରୀକ୍ଷା ଆବେଦନ ସମୟ

ଘୁଞ୍ଚିଲା ୟୁଜିସି-ଏନ୍‌ଇଟି ପରୀକ୍ଷା ଆବେଦନ ସମୟ

ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ୟୁଜିସି-ଏନ୍‌ଇଟି ଡିସେମ୍ବର ୨୦୨୩ ପରୀକ୍ଷା ଆବେଦନ ସମୟ ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନ ସମୟ ଅକ୍ଟୋବର ୨୮ତାରିଖ ଥିବା ବେଳେ ଏବେ ତାହା ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି । ଏ ନେଇ ଏନ୍‌ଟିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ଆସନ୍ତା ୩୧ତାରିଖ ରାତି ୧୧ଟା ୫୯ ଭିତରେ ଆବେଦନ କରିପାରିବେ । ସେହିଭଳି ଏହି ସମୟ ମଧ୍ୟରେ ପରୀକ୍ଷା ଫି’ ମଧ୍ୟ ଦେବାକୁ ପଡ଼ିବ ।

ଯଦି ଛାତ୍ରଛାତ୍ରୀମାନେ ଆବେଦନ ଫର୍ମରେ ପରିବର୍ତ୍ତନ କରିବାକୁ ଚାହୁଁଥିବେ, ତେବେ ନଭେମ୍ବର ୧ ରୁ ୩ତାରିଖ ରାତି ୧୧ଟା ୫୯ ମଧ୍ୟରେ ତାହା କରିପାରିବେ । ସୂଚନାଯୋଗ୍ୟ, ଆବେଦନ ସମୟ ବୃଦ୍ଧି କରିବା ପାଇଁ ବହୁ ଛାତ୍ରଛାତ୍ରୀଙ୍କଠାରୁ ଅନୁରୋଧ ପାଇବା ପରେ ଏନ୍‌ଟିଏ ପଦକ୍ଷେପ ନେଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରିଛି । କୌଣସି ଦ୍ୱନ୍ଦ୍ୱ ଥିଲେ ଛାତ୍ରଛାତ୍ରୀ ଏନ୍‌ଟିଏ ୱେବ୍‌ସାଇଟରେ ଦେଖିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking