32.1 C
Bhubaneswar
Saturday, May 18, 2024
Homeମନୋରଞ୍ଜନମାଆ ହେଲେ ଇଲିଆନା ଡି’କ୍ରୁଜ୍

ମାଆ ହେଲେ ଇଲିଆନା ଡି’କ୍ରୁଜ୍

ମାଆ ହେଲେ ବି-ଟାଉନ ସୁନ୍ଦର ତଥା ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍  । ଗର୍ଭବତୀ ହେବା ପରେ ଅଭିନେତ୍ରୀ ନିଜେ ସୋସିଆଲ ମିଡ଼ିଆରେ ଏନେଇ ସୂଚନା ଦେଇଥିଲେ । ଇଲିଆନା ନିଜ ବେବି ବମ୍ପ ସହ ଅନେକ ଫଟୋ ନିଜ ପ୍ରଶଂସକଙ୍କ ଲାଗି ସୋସିଆଲ ମିଡ଼ିଆରେ ସେୟାର କରିଆସୁଥିଲେ । ତେବେ ବର୍ତ୍ତମାନ ମାଆ ହୋଇଛନ୍ତି ଅଭିନେତ୍ରୀ । ଇଲିଆନା ଡି’କ୍ରୁଜ୍ ଅଗଷ୍ଟ ୧ ତାରିଖ ଦିନ ଏକ ପୁତ୍ର ସନ୍ତାନ ଜନ୍ମ  ଦେଇଛନ୍ତି। ମାଆ ହେବାର ୫ ଦିନ ପରେ ଇଲିଆନା ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ଏହି ଖୁସି ଖବର ଦେଇଛନ୍ତି। ଖାଲି ଏତିକି ନୁହେଁ ସେ ଶିଶୁର ପ୍ରଥମ ଫଟୋ ମଧ୍ୟ ସେୟାର କରିଛନ୍ତି।

ଶନିବାର ଦିନ ଇଲିଆନା ଡି’କ୍ରୁଜ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି। କଳା ଓ ଧଳା ରଙ୍ଗର ଏହି ଫଟୋରେ ଇଲିଆନାଙ୍କ ଛୋଟ ରାଜକୁମାର ଶୋଇଥିବାର ଦେଖିବାକୁ ମିଳୁଛି ।  ଫଟୋ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି ଯେ, ‘କୋଆ ଫିନିକ୍ସ ଡୋଲାନଙ୍କୁ ଭେଟନ୍ତୁ’ । ସେ ୧ ଅଗଷ୍ଟରେ ଜନ୍ମ ହୋଇଛନ୍ତି।

ପୁଅର ଚେହେରା ଓ ନାମ ଜଣାଇବା ସହ ମାଆ ହୋଇ ସେ କିପରି ଅନୁଭବ କରୁଛନ୍ତି ତାହା ମଧ୍ଯ ଇଲିଆନା ନିଜ ପୋଷ୍ଟରେ ପ୍ରକାଶ କରିଛନ୍ତି । ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ‘ଆମର ପ୍ରିୟ ପୁଅକୁ ଦୁନିଆରେ ସ୍ୱାଗତ କରିବା ପରେ ଆମେ କେତେ ଖୁସି, ତାହା ବର୍ଣ୍ଣନା କରିବା ପାଇଁ କୌଣସି ଶବ୍ଦ ନାହିଁ । ମୋର ହୃଦୟ ପୂର୍ଣ୍ଣ ହୋଇଛି’।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking