27.1 C
Bhubaneswar
Monday, May 26, 2025
Homeଓଡିଶାକାଲିଠୁ ୩ ଦିନ ସକାଳୁଆ ସ୍କୁଲ!

କାଲିଠୁ ୩ ଦିନ ସକାଳୁଆ ସ୍କୁଲ!

ଭୁବନେଶ୍ୱର : କାଲିଠୁ ହେବ ସକାଳୁଆ ସ୍କୁଲ । ଛୁଟି ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ । ଖରା ଓ ଗୁଳୁଗୁଳିକୁ ଦେଖି ଛୁଟି ନିଷ୍ପତ୍ତି ନେଇପାରିବେ । ୩ ଦିନ ପାଇଁ ଛୁଟି ନିଷ୍ପତ୍ତି ନେପାରିବେ ଜିଲ୍ଲାପାଳ । ସେପଟେ ସ୍କୁଲ ମାନଙ୍କରେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରାଯାଇଛି । ସ୍କୁଲ ପରିସର ସମେତ ଶ୍ରେଣୀଗୃହ, ରୋଷେଇଘର, ଶୌଚାଳୟକୁ ପରିଷ୍କାର କରାଯାଉଛି । ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ୟବସ୍ଥା କରାଯାଇଛି । ସ୍କୁଲରେ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ପାଚିକା ଆଦିଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଅନ୍ୟପକ୍ଷରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତା ଆସନ୍ତା ୧୮ ତାରିଖରୁ ଖୋଲିବ ସ୍କୁଲ୍। ସ୍କୁଲ୍ ଖୋଲିବାର ପ୍ରଥମ ଦିନରୁ ହିଁ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ପାଇଁ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି, ପ୍ରଥମରୁ ୮ମ ଶ୍ରେଣୀରେ ପଢ଼ୁଥିବା ୬ରୁ ୧୪ ବର୍ଷ ବୟସର ପ୍ରତିଟି ଶିଶୁ ମଧ୍ୟାହ୍ନ ଭୋଜନ ପାଇବାକୁ ହକଦାର। ସ୍କୁଲର ଅବ୍ୟବସ୍ଥା ପାଇଁ ଛାତ୍ରଛାତ୍ରୀ ଯେପରି ସେମାନଙ୍କ ହକରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking