19.1 C
Bhubaneswar
Wednesday, December 25, 2024
Homeତାମିଲନାଡୁ ନିର୍ବାଚନ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଆକାଉଣ୍ଟ ବାତିଲ

୩୦ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ଆକାଉଣ୍ଟ ବାତିଲ

ନୂଆଦିଲ୍ଲୀ:  ଚଳିତବର୍ଷ ଜୁନ୍ ୧୬ରୁ ଜୁଳାଇ ୩୧ ମଧ୍ୟରେ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଭାରତୀୟଙ୍କ ହ୍ୱାଟସ୍‌ଆପ୍ ଆକାଉଣ୍ଟକୁ ବାତିଲ କରାଯାଇଛି। ମଙ୍ଗଳବାର ହ୍ୱାଟସ୍‌ଆପ୍ ପକ୍ଷରୁ ଦାଖଲ କରାଯାଇଥିବା କମ୍ପ୍ଲାଏନ୍ସ ରିପୋର୍ଟରୁ ଏହା ଜଣାପଡିଛି । ପ୍ରକୃତରେ ବାତିଲ ହୋଇଥିବା ଆକାଉଣ୍ଟ ସଂଖ୍ୟା ୩୦,୨୭,୦୦୦ । ଏହି ସମୟରେ ସେମାନଙ୍କ ନିକଟକୁ ୫୯୪ଟି ଅଭିଯୋଗ ଆସିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବିଭିନ୍ନ ମହଲରୁ ଆପତ୍ତି ମିଳିବାପରେ ଏହି ଆକାଉଣ୍ଟଗୁଡିକୁ ବାତିଲ କରାଯାଇଥିବା କୁହାଯାଇଛି । ଏହି ସମୟ ମଧ୍ୟରେ ୭୪ଟି ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ଅର୍ଥ ସଂପୃକ୍ତ ଆକାଉଣ୍ଟଗୁଡିକୁ ବାତିଲ କିମ୍ବା ପୁନଃ କାର୍ଯ୍ୟକ୍ଷମ କରାଯାଇଛି । ୨୦୨୧ ଆଇଟି ନିୟମ ଅନୁଯାୟୀ ଭାରତରେ କାର୍ଯ୍ୟ କରୁଥିବା ହ୍ୱାଟସଆପ୍‌, ଫେସ୍‌ବୁକ, ଟ୍ୱିଟର, ଇନଷ୍ଟାଗ୍ରାମ, ମେସେଞ୍ଜର ଭଳି ସାମାଜିକ ଗଣମାଧ୍ୟମଗୁଡିକ କେନ୍ଦ୍ର ସରକାରଙ୍କ ନିକଟରେ ନିୟମିତ ରିପୋର୍ଟ ଦାଖଲ କରିବାକୁ ବାଧ୍ୟ । ୫୦ ଲକ୍ଷଙ୍କୁ ଅଧିକ ଉପଭୋକ୍ତା ଥିବା ସାମାଜିକ ଗଣମାଧ୍ୟମଗୁଡିକୁ ମାସିକିଆ ରିପୋର୍ଟ ଦେବାକୁ ନୂତନ ନିୟମରେ ଉଲ୍ଲେଖ କରାଯାଇଛି । ଏଥିରେ ବ୍ୟତିକ୍ରମ ଘଟିଲେ, କେନ୍ଦ୍ର ସରକାର ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking