27.1 C
Bhubaneswar
Wednesday, July 9, 2025
Homeଦେଶ ବିଦେଶମୁମ୍ବାଇରେ ଭଙ୍ଗାହେଲା ୧୦ରୁ ଅଧିକ ଅବୈଧ ଷ୍ଟୁଡିଓ

ମୁମ୍ବାଇରେ ଭଙ୍ଗାହେଲା ୧୦ରୁ ଅଧିକ ଅବୈଧ ଷ୍ଟୁଡିଓ

ମୁମ୍ବାଇ: ମୁମ୍ବାଇର ମଲାଡ଼ ଗଡ଼ ଅଞ୍ଚଳରେ ଥିବା ଅବୈଧ ଷ୍ଟୁଡ଼ିଓକୁ ଶୁକ୍ରବାର ବିଏମ୍‌ସିର ବୁଲ୍‌ଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି । ବିଜେପି ନେତା କିରିଟ୍ ସୋମୈୟା ଏହା ବିରୋଧରେ ଅଭିଯୋଗ କରିଥିଲେ । ଷ୍ଟୁଡ଼ିଓ ଭଙ୍ଗା କାର୍ଯ୍ୟାନୁଷ୍ଠାନ ବେଳେ ସେ ମଧ୍ୟ କୋଦଳ ଓ ବେଲ୍‌ଚା ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ସୌମୈୟା ଅଭିଯୋଗ କରିଥିଲେ ଯେ ମହା ବିକାଶ ଅଗାଡ଼ି ସରକାରର ସଂରକ୍ଷଣରେ ଏହି ସମସ୍ତ ଷ୍ଟୁଡିଓ ନିର୍ମାଣ କରାଯାଇଥିଲା । ଏହାପରେ ନାସ୍‌ନାଲ୍ ଗ୍ରୀନ୍ ଟ୍ରିବ୍ୟୁନାଲ୍ (ଏନ୍‌ଜିଟି) ସମସ୍ତ ଷ୍ଟୁଡିଓ ଭାଙ୍ଗିବା ପାଇଁ ଆଦେଶ ଦେଇଥିଲେ । ଅବୈଧ ଷ୍ଟୁଡିଓଗୁଡ଼ିକ ଭଙ୍ଗାଯିବା ପରେ ଏବେ ଆମକୁ ନ୍ୟାୟ ମିଳିଲା ବୋଲି କିରୀଟ ସୋମେୟା କହିଛନ୍ତି । ଏବେ ଏନ୍‌ଜିଟି ନିର୍ଦ୍ଦେଶରେ ଗୋଟିଏ ପରେ ଗୋଟିଏ ସମସ୍ତ ଅବୈଧ ଷ୍ଟୁଡିଓ ଧ୍ୱସ୍ତ କରାଯିବ ଏବଂ ଯେଉଁ ଯେଉଁ ଅଧିକାରୀ ଓ ମନ୍ତ୍ରୀ ଏଥିରେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking