27.1 C
Bhubaneswar
Saturday, July 27, 2024
Homeଓଡିଶାଜାତୀୟ ମୁଟ କୋର୍ଟ ପ୍ରତିଯୋଗିତାରେ ସୋଆ ଆଇନ୍ ଛାତ୍ରଛାତ୍ରୀ ବିଜୟୀ

ଜାତୀୟ ମୁଟ କୋର୍ଟ ପ୍ରତିଯୋଗିତାରେ ସୋଆ ଆଇନ୍ ଛାତ୍ରଛାତ୍ରୀ ବିଜୟୀ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍‌)ର ତିନି ଜଣ ଛାତ୍ରଛାତ୍ରୀ ନିକଟରେ ଜାଭିୟର୍ ଲ ସ୍କୁଲ୍‌ରେ ଆୟୋଜିତ ଜାତୀୟ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୪ରେ ବିଜୟୀ ହୋଇଛନ୍ତି ।
ଫେବୃଆରୀ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜାଭିୟର ଲ ସ୍କୁଲ୍ ଏବଂ କମ୍ପିଟିସନ୍ କମିଶନ ଅଫ୍ ଇଣ୍ଡିଆ ମିଳିତ ଭାବେ ଆୟୋଜନ କରିଥିଲେ ।
ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟରେ ସ୍ନିଲ୍ ଓ ନ୍ୟାସ୍‌ନାଲ୍ ଲ ଇନ୍‌ଷ୍ଟିଚ୍ୟୁଟ୍ ୟୁନିଭର୍ସିଟି, ଭୋପାଳ ପରସ୍ପରର ସାମ୍ନା କରିଥିଲେ ଓ ସ୍ନିଲ୍ ଚାମ୍ପିଅନ୍ ହୋଇଥିଲା ।
ସ୍ନିଲ୍‌ର ୫ମ ବର୍ଷ ବିବିଏଲ୍‌ଏଲ୍‌ବିର ଛାତ୍ର ପ୍ରାଞ୍ଜଲ୍ ମିଶ୍ର ଓ ଛାତ୍ରୀ ରିଦ୍ଧି ଜୈନ୍ ଏବଂ ଚତୁର୍ଥ ବର୍ଷ ବିଏଏଲ୍‌ଏଲ୍‌ବି ଛାତ୍ରୀ କୋମଲ୍ ସିଂ ଟିମ୍‌ରେ ସାମିଲ ଥିଲେ ।
ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍‌) ୨୦୨୩ରେ ସାରା ଦେଶର ଲ ସ୍କୁଲ୍ ମଧ୍ୟରେ ସ୍ନିଲ ୮ମ ସ୍ଥାନ ହାସଲ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking