ଭୁବନେଶ୍ୱର : ଏଥର ଶୀଘ୍ର ଆସିବ ମୌସୁମୀ । ଆଗାମୀ ୫ ଦିନ ଭିତରେ କେରଳ ଛୁଇଁପାରେ ମୌସୁମୀ । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ସଂସ୍ଥା । ମୌସୁମୀ କେରଳ ଛୁଇଁବା ନେଇ ପାଗ ଅନୁକୂଳ ରହିଛି । ୫ ଦିନ ଭିତରେ ଏହା କେରଳ ଉପକୂଳ ଛୁଇଁବ । ଅନ୍ୟପକ୍ଷରେ ଆସନ୍ତାକାଲି ଠାରୁ ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଆଗାମୀ ୫ ଦିନ ପର୍ୟ୍ୟନ୍ତ ହିଟୱେଭ୍ ସମ୍ଭାବନା ନାହିଁ । ୩୧ ତାରିଖ ପର୍ୟ୍ୟନ୍ତ ଏଭଳି ସ୍ଥିତି ରହିବ । କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି ।