30.1 C
Bhubaneswar
Wednesday, June 26, 2024
Homeଓଡିଶାମୌସୁମୀ ବର୍ଷାର ଲୁଚକାଳି ଖେଳ; ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ ସରକାର

ମୌସୁମୀ ବର୍ଷାର ଲୁଚକାଳି ଖେଳ; ବିଭିନ୍ନ ଜଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ ସରକାର

ଭୁବନେଶ୍ୱର: ମୌସୁମୀ ବର୍ଷାର ଲୁଚକାଳି ଖେଳ କାରଣରୁ କିଛି ଜିଲ୍ଲାରେ ମରୁଡ଼ି ହେବାର ଆଶଙ୍କା ଦେଖା ଦେଇଛି । ଏହାକୂ ଦୃଷ୍ଟିରେ ରାଜ୍ୟ ସରକାର କିଛି ଜରୁରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଭିନ୍ନ ଜଳ ଭଣ୍ଡାରର ସଦ୍ୟତମ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ବିଭାଗୀୟ ପଦାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

ଗୁରୁବାର ଜଳ ସମ୍ପଦ ବିଭାଗରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସର୍ବୋଚ୍ଚ ଯନ୍ତ୍ରୀ, ଜଳସେଚନ, ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହିତ ମହାନଦୀ, ବୈତରଣୀ ସମେତ ବିଭିନ୍ନ ପ୍ରମୁଖ ନଦୀ ଓ ଜଳଭଣ୍ଡାରରେ ଜଳ ପରିମାଣ ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ଶ୍ରୀମତୀ ଗର୍ଗ କହିଛନ୍ତି ଯେ, ବର୍ଷା ଜଳ ପରିମାଣକୁ ଦୃଷ୍ଟିରେ ରଖି ଫସଲ ପାଇଁ ଜଳର ସୁଷମ ବଣ୍ଟନ କର ।

ଏହାଦ୍ୱାରା ଜଳର ପୂର୍ଣ୍ଣ ବିନିଯୋଗ ହେବା ସହ ମରୁଡ଼ି ସମସ୍ୟା ଦେଖା ଦେବନାହିଁ । ତେଣୁ ପ୍ରଥମରୁ ବିଭିନ୍ନ ଜିଲ୍ଲାରେ ଅଦ୍ୟାବଧି ହୋଇଥିବା ବର୍ଷା ପରିମାଣ, ନଦୀ, ଜଳଭଣ୍ଡାର ଓ ଜଳସେଚନ ପ୍ରକଳ୍ପଗୁଡ଼ିକରେ ଜଳ ପରିମାଣର ସ୍ଥିତି ଅନୁଧ୍ୟାନ କରିବାକୁ ହେବ । ଏଥିସହିତ ଜଳସେଚନ ନିମନ୍ତେ ଉଦ୍ଦିଷ୍ଟ ଉପଲବ୍ଧ ଜଳକୁ ଫସଲ ନିମନ୍ତେ ଆବଶ୍ୟକତା ଅନୁସାରେ ବିଭିନ୍ନ ଅଞ୍ଚଳକୁ ପ୍ରସ୍ତୁତ ସମୟ ସୂଚୀ ଆଧାରରେ ଜଳ ପରିବର୍ତ୍ତନ (ରୋଟେସ୍‌ନାଲ ଇରିଗେସନ) ପଦ୍ଧତି ଅବଲମ୍ବନ କରି ସମାନ ତଥା ସୁଷମ ଭାବରେ ବଣ୍ଟନ କରିବାକୁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କୁ ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking