31.1 C
Bhubaneswar
Monday, June 17, 2024
Homeଓଡିଶାପୋଖରୀରେ ବୁଡ଼ି ୨ ଶିଶୁ ମୃତ

ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଗୁମିକିଆ ଗ୍ରାମ ପଞ୍ଚାୟତର ରାଣୀପଦର ଗ୍ରାମରେ ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତ ଦୁଇ ଶିଶୁ ରାଣୀପଦର ଗ୍ରାମର ପୀତସ ପ୍ରଧାନ ଓ ଲଳିତ ପ୍ରଧାନଙ୍କ ପାଞ୍ଚ ବର୍ଷର ଦୁଇ ଶିଶୁ ହିମାଂଶୁ ପ୍ରଧାନ ଓ ସଲଟିଜନ୍ ପ୍ରଧାନ । ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନରେ ରାଣୀପଦର ଗ୍ରାମର ପିତା ପ୍ରଧାନଙ୍କ ସ୍ତ୍ରୀ ଏଷ୍ଟୋରୀ ପ୍ରଧାନ ନିକଟସ୍ଥ ଚୁଆକୁ ପାଣି ଆଣିବା ପାଇଁ ଯିବା ସମୟରେ ତିନିଜଣ ଶିଶୁ ତାଙ୍କ ପଛରେ ଯାଇଥିବା ବେଳେ ଏଷ୍ଟୋରୀ ଫେରିବା ପୂର୍ବରୁ ତିନିଜଣ ଶିଶୁ ସେଠାରୁ ଆଗୁଆ ଫେରି ଆସିଥିଲେ ।

ଫେରିବା ବେଳେ ଦୁଇ ଶିଶୁ ହିମାଂଶୁ ଓ ସଲଟିଜନ୍ ବାଟରେ ଥିବା ଏକ ପୋଖରୀରେ ଖସି ପଡ଼ିଥିଲେ । କିଛି ସମୟ ପରେ ଅନ୍ୟ ଶିଶୁଟି ଘରକୁ ଆସି ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ପୋଖରୀ ନିକଟକୁ ଯାଇ ଉଭୟ ଶିଶୁଙ୍କୁ ଉଦ୍ଧାର କରି ପ୍ରଥମେ ବୁଡାଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ନଥିବାରୁ ପୁଣି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଉଭୟ ଶିଶୁଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଦୁଇ ଶିଶୁଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking