32.8 C
Bhubaneswar
Friday, July 10, 2026
Homeଦେଶ ବିଦେଶମଙ୍କିପକ୍ସ ଆତଙ୍କ: ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ମଙ୍କିପକ୍ସ ଆତଙ୍କ: ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ସଚେତନ ବାର୍ତ୍ତା ପ୍ରଚାର ଓ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ଦେଲେ ପରାମର୍ଶ । ଜିଲ୍ଲା ଓ ରାଜ୍ୟସ୍ତରରେ ବରିଷ୍ଠ ଅଧିକାରୀଙ୍କୁ ସମୀକ୍ଷା ପାଇଁ ନିର୍ଦ୍ଦେଶ ଦେବା ସହ ଚିହ୍ନଟ ଓ ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେସନ ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟ ସଚିବ ।

ସେହିପରି ସଂକ୍ରମିତଙ୍କଠୁ ଅନ୍ୟମାନଙ୍କୁ ସଂକ୍ରମଣ ନ ବ୍ୟାପିବାର ବ୍ୟବସ୍ଥା କରନ୍ତୁ ଏବଂ ପଜିଟିଭ ଚିହ୍ନଟ ହେଲେ କ୍ଲେଡ୍‌ ଜାଣିବାକୁ ଜିନମ ସିକୁଏନ୍ସିଂ ପାଇଁ ପଠାନ୍ତୁ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ପ୍ରକାଶ ଥାଉକି, ଆଫ୍ରିକୀୟ ଦେଶରେ ମଙ୍କିପକ୍ସ ମାମଲା ବଢିଚାଲିଛି। ଲଗାତାର ଭାବେ ନୂଆ ଭାରିଆଣ୍ଟ ‘କ୍ଲେଡ୍ 1ବି’ ଚିହ୍ନଟ ହେବା ପରେ ଅଗଷ୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ହେଲଥ ଏମର୍ଜେନ୍ସି ରୂପେ ଘୋଷଣା କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking