36.1 C
Bhubaneswar
Wednesday, June 4, 2025
Homeଓଡିଶାଆଉ କିଛି ଦିନ ପରେ ଫେରିଯିବ ମୌମୁମୀ

ଆଉ କିଛି ଦିନ ପରେ ଫେରିଯିବ ମୌମୁମୀ

ଭୁବନେଶ୍ୱର : ଆଉ କିଛି ଦିନ ପରେ ଫେରିଯିବ ମୌମୁମୀ  । କିନ୍ତୁ ମୌସୁମୀ ଫେରିବା ପୂର୍ବରୁ ଆଣୁଛି ବଡ଼ ବର୍ଷା  । କାହିଁକିନା ଆଜି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।  ଯାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପର ରୂପ ନେଇ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର  ପକ୍ଷରୁ କୁହାଯାଇଛି ।  ଆଉ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ପ୍ରବଳ ବର୍ଷା କରାଇବ । ଫଳରେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷାର ହେବାର ସମ୍ଭାବନା ରହିଛି । ଆସନ୍ତା ତିନି ଦିନ ଯାଏଁ ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି।

ସେହିପରି ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ଖାସ୍ କରି ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ   ଜାରି କରାଯାଇଛି । କେବଳ ଏତିକି ନୁହେଁ, ଏଥିସହ ୨୧ ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ନେଇ ସତର୍କତା ଜାରି କରିଛି ବିଭାଗ। ସେହିପରି ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ଼, ଦେବଗଡ଼ , ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି ।

ଆସନ୍ତାକାଲି ଠୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ସେହିପରି ଆସନ୍ତା  ୧ ତାରିଖରୁ ରାଜ୍ୟର ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୋନପୁର ଓ ବଲାଙ୍ଗୀର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଓ ସୁନ୍ଦରଗଡ଼ ଜିଲ୍ଲାର ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି ।  ଖାସ୍ କରି ଏହି ସବୁ ସ୍ଥାନ ଗୁଡିକରେ , ୭ ରୁ ୧୧ ସେଣ୍ଟିମିଟର ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି,  ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ତେବେ, ସେହି ଜିଲ୍ଲା ଗୁଡିକ ହେଲା, ସୁନ୍ଦରଗଡ, କେନ୍ଦୁଝର ଓ ମୟୂରଭଞ୍ଜ,ବଲାଙ୍ଗୀର, ସମ୍ବଲପୁର, ବରଗଡ ଓ ଝାରସୁଗୁଡା । ଏହି ସବୁ ଜିଲ୍ଲା ଗୁଡି଼କରେ ଖାସ୍ କରି ୭୦ରୁ ୨୦୦ମିମି ପର୍ଯ୍ୟନ୍ତ ବର୍ଷା ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking