30.1 C
Bhubaneswar
Monday, May 20, 2024
Homeଓଡିଶାମୋଦିଜୀଙ୍କ ସମ୍ବଲପୁର ଗସ୍ତ ଓଡ଼ିଶା ରାଜନୀତିରେ ପରିବର୍ତନ ଆଣିବ : ମନମୋହନ ସାମଲ

ମୋଦିଜୀଙ୍କ ସମ୍ବଲପୁର ଗସ୍ତ ଓଡ଼ିଶା ରାଜନୀତିରେ ପରିବର୍ତନ ଆଣିବ : ମନମୋହନ ସାମଲ

  • ରାଜ୍ୟ ସଭାପତି ସଭାସ୍ଥଳ ପରିଦର୍ଶନ କରି ସମୀକ୍ଷା କରିବା ପରେ ପୋଲିସ ଅଧିକାରୀ ଓ କତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି

ଭୁବନେଶ୍ୱର/ସମ୍ବଲପୁର : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରର ଗସ୍ତ କରିବେ । ଏଥିଲାଗି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସଭାସ୍ଥଳ ପରିଦର୍ଶନ କରି ସମୀକ୍ଷା କରିବା ପରେ ପୋଲିସ ଅଧିକାରୀ ଓ କତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମ୍ବଲପୁର ଗସ୍ତ ଓଡ଼ିଶା ରାଜନୀତିରେ ପରିବର୍ତନ ଆଣିବ । ମୋଦିଜୀ ଆସିବା ଦ୍ୱାରା ପଶ୍ଚିମାଚଂଳ ତଥା ଓଡ଼ିଶାବାସୀ ରାଜନୈତିକ କ୍ଷେତ୍ରରେ ନିଶ୍ଚିତ ସଚେତନ ହେବେ । ମୋଦିଜୀ ସମ୍ବଲପୁରରେ ଯେଉଁ ୬୮ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରିବେ ତାହା ପଶ୍ଚିମାଚଂଳ ବିକାଶରେ ମାଇଲ ଖୁଂଟ ହେବ । ଗତ ୧୦ବର୍ଷ ତଳେ ମୋଦିଜୀ ବିକଶିତ ଭାରତର ଯେଉଁ ସଂକଳ୍ପ ନେଇଥିଲେ ତାହା ଆଜି ପୂରଣ ହେବାକୁ ଯାଉଛି । ମୋଦିଜୀଙ୍କ ପଶ୍ଚିମଓଡ଼ିଶା ଗସ୍ତ ପାଇଁ ସମ୍ପୂର୍ଣ୍ଣ ଓଡ଼ିଶା ଉତ୍ସବ ମୁଖର । ମୋଦିଜୀଙ୍କ ପଶ୍ଚିମ ଓଡିଶା ଗସ୍ତ ଓଡିଆ ଲୋକଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ହେବ ବୋଲି ଶ୍ରୀ ସାମଲ କହିଛନ୍ତି ।

ମୋଦିଜୀ ସମ୍ବଲପୁରରକୁ ଆସି ୬୮ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଭିତିଭୂମି ପ୍ରକଳ୍ପର ଉଦ୍‌ଘାଟନ, ରାଷ୍ଟ୍ର ଉର୍ଦ୍ଦେଶ୍ୟରେ ଲୋକାର୍ପଣ ଏବଂ ଶିଳାନ୍ୟାସ କରିବେ । ମୋଦିଜୀ ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସକୁ ଉଦ୍‌ଘାଟନ କରିବେ । ଏହାଛଡା ଝାରସୁଗୁଡା ମୁଖ୍ୟ ଡାକଘର ଐତିହ୍ୟଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ମୋଦିଜୀ । ସେହିପରି ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପର ଧାମରା-ଅନୁଗୁଳ ପାଇପଲାଇନ ସେକ୍ସନକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ । “ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା” ଅଧୀନରେ ୨୪୫୦କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ ଗ୍ରିଡ ସହ ସଂଯୋଜ କରିବେ । ଏହାଛଡା ମୁମ୍ବାଇ-ନାଗପୁର-ଝାରସୁଗୁଡା ପାଇପଲାଇନର ନାଗପୁର ଝାରସୁଗୁଡା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନ’ର ଶିଳାନ୍ୟାସ କରିବେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ ସୂଚନା ଦେଇଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ପ୍ରାୟ ୨୮,୯୮୦କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ଏନଟିପିସି ତାଳଚେର ତାପଜ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ-୩ର ଶିଳାନ୍ୟାସ କରିବେ । ଏହାଦ୍ୱାରା ଓଡ଼ିଶା ରାଜ୍ୟରେ ଜନତା ଶସ୍ତାରେ ବିଜୁଳି ପାଇପାରିବେ । ମୋଦିଜୀ ୨୭ହଜାର କୋଟିରୁ ଅଧିକ ମୂଲ୍ୟର ନେଭେଲି ଲିଗ୍ନାଇଟ୍ କର୍ପୋରେସନ ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସୁଦୃଢ଼ କରିବା ପାଇଁ ଅତ୍ୟାଧୁନିକ ପ୍ରକଳ୍ପ ଦେଶର ଶକ୍ତି ନିରାପତା ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବା ସହ ଦେଶର ଆର୍ôଥକ ଅଭିବୃଦ୍ଧି ଓ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରି ବିଶ୍ୱସନୀୟ, ସୁଲଭ ଏବଂ ୨୪ଘଂଟିଆ ବିଦ୍ୟୁତ ଶକ୍ତି ପ୍ରଦାନ କରିବ ।

ମୋଦିଜୀ ମହାନଦୀ କୋଲ ଫିଲ୍ଡସ ଲିମିଟେଡର କୋଇଲା ଭିତିଭୂମି ପ୍ରକଳ୍ପକୁ ଉଦ୍‌ଘାଟନ କରିବେ । ୨୧୪୫କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପଗୁଡିକ ଓଡ଼ିଶାରୁ ଶୁଷ୍କ ଇନ୍ଧନର ଗୁଣବତା ଏବଂ ଯୋଗାଣକୁ ପ୍ରୋତ୍ସାହିତ କରିବ । ସେହିପରି ଝାରସୁଗୁଡାରେ ୫୫୦କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଇବ ଭ୍ୟାଲି ୱାଶେରୀକୁ ଉଦ୍‌ଘାଟନ କରିବେ ମୋଦିଜୀ । ଏଥଦବ୍ୟତିତ ୨୧୧୦କୋଟି ଟଙ୍କା ବ୍ୟୟରେ ବିକଶିତ ଜାତୀୟ ରାଜପଥର ୩ଟି ସଡକ କ୍ଷେତ୍ର ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିବେ । ଏହି ସଡକ ପ୍ରକଳ୍ପଗୁଡିକ ଉଦ୍‌ଘାଟନ କରିବା ଦ୍ୱାରା ଓଡ଼ିଶା ଆର୍ôଥକ ବିକାଶ ଦିଗରେ ମଧ୍ୟ ସହାୟକ ହେବ । ଏହାଛଡା ପ୍ରଧାନମନ୍ତ୍ରୀ ପ୍ରାୟ ୨୧୪୬କୋଟି ଟଙ୍କାର ରେଳ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିବେ । ଶୈଳଶ୍ରୀ ପ୍ୟାଲେସ ଦ୍ୱାରା ଅନୁପ୍ରାଣିତ ସମ୍ବଲପୁର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ମୋଦିଜୀ ଶିଳାନ୍ୟାସ କରିବେ । ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ଲାଇନ ଏବଂ ଝାରତରଭା ସୋନପୁର ନୂଆ ରେଳଲାଇନକୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking