27.6 C
Bhubaneswar
Friday, June 6, 2025
Homeଦେଶ ବିଦେଶମୋଦୀ ୨୦୨୯ରେ ବି ପ୍ରଧାନମନ୍ତ୍ରୀ ହେବେ: ରାଜନାଥ ସିଂହ

ମୋଦୀ ୨୦୨୯ରେ ବି ପ୍ରଧାନମନ୍ତ୍ରୀ ହେବେ: ରାଜନାଥ ସିଂହ

ନୂଆଦିଲ୍ଲୀ: “ନରେନ୍ଦ୍ର ମୋଦୀ କେବଳ ୨୦୨୪ ନୁହେଁ ବରଂ ୨୦୨୯ରେ ବି ଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ।” ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଏକ ଦାବି ଉପରେ ଜବାବ ଦେବାକୁ ଯାଇ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥଙ୍କ କହିବାନୁସାରେ, “ଏହା ଏକ ବିତର୍କର ବିଷୟ ନୁହେଁ । ତଥାପି ବିରୋଧୀ ଦଳ ଏହାକୁ ଏକ ରାଜନୈତିକ ମୁଦ୍ଦା ଭାବେ ଉପସ୍ଥାପିତ କରିବାରେ ଲାଗିଛନ୍ତି । ଏଥିରୁ ବିରୋଧୀଙ୍କ ପାଖରେ ଅନ୍ୟ କୌଣସି ରାଜନୈତିକ ମୁଦ୍ଦା ନଥିବା ପ୍ରମାଣିତ ହେଉଛି । ସୁତରାଂ ଦେଶବାସୀ ଏଭଳି ଏକ ମୂଲ୍ୟହୀନ, ଭିତ୍ତିହୀନ ମନ୍ତବ୍ୟକୁ ଗୁରୁତ୍ୱ ଦେବାର କୌଣସି ଆବଶ୍ୟକତା ନାହିଁ । ଦେଶବାସୀ ଭଲଭାବେ ଜାଣିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ, ବିଶ୍ୱସ୍ତରରେ ଭାରତର ସ୍ଥିତିକୁ କେଉଁ ସ୍ତର ପର୍ଯ୍ୟନ୍ତ ବଢାଇଛନ୍ତି ଏବଂ ଦେଶର ଆର୍ôଥକ ସ୍ଥିତିକୁ କେଉଁ ସ୍ତର ପର୍ଯ୍ୟନ୍ତ ମଜବୁତ୍ କରିଛନ୍ତି । ମୋଦୀଙ୍କ ନେତୃତ୍ୱରେ ଭାରତର ଅର୍ଥନୀତି ଏକାଦଶ ସ୍ଥାନରୁ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି । ୨୦୨୭ ସୁଦ୍ଧା ଅର୍ଥନୀତିରେ ଆମେରିକା ଏବଂ ଚୀନ୍ ପରେ ଭାରତ ତୃତୀୟ ସ୍ଥାନରେ ରହିବ । ଏହାଠାରୁ ଭାରତ ପାଇଁ ଆଉ ଅଧିକ କ’ଣ ଆବଶ୍ୟକ ।’
ପ୍ରକାଶ, ଜେଲ୍‌ରୁ ଜାମିନ୍‌ରେ ବାହାରକୁ ଆସିବା ପରଠାରୁ କେଜ୍ରିୱାଲ ନିୟମିତ ଭାବେ ବିଜେପି ଉପରେ ଆକ୍ରମଣ ଜାରି ରଖିଛନ୍ତି । କେଜ୍ରିୱାଲ୍ ପ୍ରଶ୍ନ ଉଠାଇଛନ୍ତି ଯେ, ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ? କେଜ୍ରିୱାଲ୍‌ଙ୍କ ଦାବି ଅନୁସାରେ ୧୭ ସେପ୍ଟେମ୍ବର ୨୦୨୫ରେ ମୋଦୀଙ୍କୁ ୭୫ ବର୍ଷ ବୟସ ହୋଇଯିବ, ଏହାପରେ ମୋଦୀ, ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେବେ । ମୋଦୀଙ୍କ ପରେ ଅମିତ୍ ଶାହ ହିଁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ । ଶାହଙ୍କୁ ପ୍ରଧାନମନ୍ତ୍ରୀ କରିବା ଉଦ୍ଦେଶ୍ୟରେ ମୋଦୀ ଏବେ ମାର୍ଗ ପ୍ରଶସ୍ତ କରୁଛନ୍ତି । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ୨/୩ ମାସ ମଧ୍ୟରେ ବିଜେପି ବିଦା କରିଦେବ ବୋଲି କେଜ୍ରିୱାଲ ଦାବି କରିଆସୁଛନ୍ତି ।
ପ୍ରକାଶ, ଏହାପୂର୍ବରୁ କେଜ୍ରିୱାଲ୍‌ଙ୍କ ଏପ୍ରକାର ଦାବି ଉପରେ ଜବାବ ଦେବାକୁ ଯାଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ । ଶାହ କହିଥିଲେ ନରେନ୍ଦ୍ର ମୋଦୀ କ୍ରମାଗତ ୩ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଏବଂ ମୋଦୀ ନିଜର ତୃତୀୟ କାର୍ଯ୍ୟକାଳକୁ ମଧ୍ୟ ସୁଚାରୁରୂପେ ଏବଂ ସଫଳତାପୂର୍ବକ ପୂରଣ କରିବେ । ମୋଦୀଙ୍କୁ ୭୫ ବର୍ଷ ହେଲାପରେ ଯେ ସେ ରାଜନୀତିରୁ ଅବସର ନେଇଯିବେ ଏମିତି କିଛି ବିଜେପିର ସମ୍ବିଧାନରେ ଲେଖାଯାଇନାହିଁ । ସେଥିପାଇଁ ବିରୋଧୀ ଏହାକୁ ନେଇ ଖୁସି ହେବାର କୌଣସି ଆବଶ୍ୟକତା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking