କେନ୍ଦ୍ରାପଡା: କେନ୍ଦ୍ରାପଡା ଆଳିରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ । ଭାଗ ନେଇ ପ୍ରତିକ୍ରିୟା ରଖିଲେ ବିଜେପି ରାର୍ଷ୍ଟିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମନ୍ କି ବାତ୍ ଶୁଣିବାକୁ ଲୋକଙ୍କ ଉତ୍ସାହ କଥା ବଖାଣିଲେ । ମୋଦି ସାରା ବିଶ୍ୱରେ ଲୋକପ୍ରିୟ ଜନନେତା ହୋଇପାରିଛନ୍ତି । ବାରମ୍ବାର ପ୍ରତି ମାସରେ ହେଉଥିବା ସର୍ଭେରୁ ଏହା ପ୍ରମାଣିତ ହୋଇପାରିଛି ।
ମୋଦିଙ୍କ ପୂର୍ବରୁ କୌଣସି ରାଜନେତା ଏପରି ଲମ୍ବା କାର୍ଯ୍ୟକ୍ରମ କରିନାହାନ୍ତି । ମୋଦିଙ୍କ ନେତୃତ୍ୱରେ ଯେଉଁ ପ୍ରଗତି ହେଉଛି ତାହା ଉପରେ ବିଶ୍ୱର ନଜର ରହିଛି । କରୋନା ସମୟରେ ସବୁଠାରୁ ବଡ ଟିକାକରଣ ହେଉ ବା ଆଉ କିଛି । ସୁଦାନରେ ଫସିଥିବା ଭାରତୀୟଙ୍କୁ ଏବେ ଉଦ୍ଧାର କରୁଛନ୍ତି । ଅନ୍ୟ ଦେଶ ସେପରି କରିପାରୁ ନାହାନ୍ତି କିନ୍ତୁ ଭାରତ କରିପାରୁଛି । ଭାରତ କଣ କରୁଛି ମୋଦି କଣ ଇସାରା କରୁଛନ୍ତି ତାଉପରେ ନଜର ।