16.1 C
Bhubaneswar
Monday, December 16, 2024
Homeଓଡିଶାହୀରାକୁଦ ବନ୍ଧ ତଳମୁଣ୍ଡରେ ବନ୍ଧ ନିର୍ମାଣ ପାଇଁ ଦାବି କଲେ ବିଧାୟକ ସୁର ରାଉତରାୟ

ହୀରାକୁଦ ବନ୍ଧ ତଳମୁଣ୍ଡରେ ବନ୍ଧ ନିର୍ମାଣ ପାଇଁ ଦାବି କଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ଆଜି ଚତୁର୍ଥ ଦିନରେ ବିଧାନସଭାର ପ୍ରଶ୍ନୋତ୍ତର କାଳ ସ୍ୱଭାବିକ ହୋଇଛି। କୃଷି, ସମବାୟ, ଗଣଶିକ୍ଷା, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ପ୍ରଭୃତି ବିଭାଗ ପାଇଁ ଆସିଥିବା ପ୍ରଶ୍ନକୁ ବାଚସ୍ପତି ଗୃହକାର୍ଯ୍ୟରେ ସାମିଲ କରିଛନ୍ତି। ରାଜ୍ୟରେ ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଚାଷୀମାନଙ୍କୁ ଉପଯୁକ୍ତ ଜ୍ଞାନ କୌଷଳର ପ୍ରଦାନରେ ସରକାରଙ୍କର ଦୂରଦୃଷ୍ଟିର ଅଭାବ ପ୍ରଭୃତି ପ୍ରସଙ୍ଗକୁ ନେଇ ବିରୋଧୀ ଓ ଶାସକ ଦଳର ବିଧାୟକମାନେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପ୍ରଶ୍ନ ପଚାରିଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ହୀରାକୁଦ ଜଳଭଣ୍ଡାର ନିମ୍ନ ଭାଗରେ ଆଉ ଏକ ବ୍ୟାରେଜ ନିର୍ମାଣ କରି ଜଳସେଚନ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଥିଲେ।

ସେ କହିଥିଲେ ଯଦି ତଳ ମୁଣ୍ଡରେ ଆଉ ଏକ ବ୍ୟାରେଜ ନିର୍ମାଣ ହୁଏ, ତାହା ହେଲେ ପରିବାପତ୍ର ଉତ୍ପାଦନରେ ଆମ ଚାଷୀମାନେ ଭୋଗୁଥିବା ସଂକଟ ଦୂର ହୋଇପାରିବ। ଉତ୍ତରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ ଜଳସେଚନ ହାର ବିଗତ ୨୦ ବର୍ଷରେ କିପରି ବିକଶିତ ହୋଇଛି ତାହା ଦର୍ଶାଇଛନ୍ତି।

ତିନି ଦିନ ଗୃହକାର୍ଯ୍ୟରେ ପ୍ରଶ୍ନକାଳ ସାମିଲ ହୋଇ ନଥିବା ବେଳେ ଆଜି ପ୍ରଶ୍ନକାଳରେ ସ୍ୱାଭାବିକ ଆଲୋଚନା ହେବା ଦ୍ୱାରା ରାଜ୍ୟର ପ୍ରସଙ୍ଗ ଗୃହରେ ଉପସ୍ଥାପନ ହୋଇ ପାରିବ ବୋଲି ବିଧାୟକମାନେ ଆଶା କରିଛନ୍ତି। ବିଶେଷ କରି ଆନ୍ଦୋଳନରତ ଶିକ୍ଷକ, ସରପଞ୍ଚ, ଅଙ୍ଗନବାଡ଼ୀ କର୍ମୀ ପ୍ରଭୃତିଙ୍କର ଦାବି ବିଷୟରେ ଆଜି ଆଲୋଚନା ହୋଇପାରେ। ଶୂନ୍ୟକାଳ ଓ ମୁଲତବୀ ଆଲୋଚନା ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking