36.1 C
Bhubaneswar
Sunday, May 19, 2024
Homeଓଡିଶାକୋଟିଆ ଆସିଲେ ପିଟିବୁ ବୋଲି କହିଲେ ବିଧାୟକ

କୋଟିଆ ଆସିଲେ ପିଟିବୁ ବୋଲି କହିଲେ ବିଧାୟକ

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ପ୍ରସଙ୍ଗରେ ତାତିଛନ୍ତି ପଟାଙ୍ଗି ବିଧାୟକ । ଆନ୍ଧ୍ରର ଏକ ରାଜନୈତିକ ଦଳର କର୍ମୀ କୋଟିଆ ଆସିବାରୁ ତାତିଲେ । ସରକାରୀ କର୍ମଚାରୀ ହୁଅନ୍ତୁ ବା ରାଜନେତା ଯିଏ ଆସିବେ ପିଟିବୁ । ଏଣିକି ମୁଁ ନିଜେ ଜଗିବି ବୋଲି କହିଛନ୍ତି ପଟାଙ୍ଗି ବିଧାୟକ ପିତମ ପାଢୀ ।

ଉଲେଖଯୋଗ୍ୟ , ସୀମାରେ ଅନୁପ୍ରବେଶ କରି ଅଯାଚିତ ସହାଯ୍ୟ କରି ସୀମାନ୍ତବର୍ତ୍ତି ଅଞ୍ଚଳ ଲୋକଙ୍କ ମନ କିଣିବା ଆନ୍ଧ୍ରର ପୁରୁଣା ଅଭ୍ୟାସ । ଏହା ପୂର୍ବରୁ ଅନେକ ଥର ଏହି ଅଞ୍ଚଳରେ ଏଭଳି କରିଛି ଆନ୍ଧ୍ର ସରକାର । ଲୋକଙ୍କୁ ଭୋଟର କାର୍ଡ ଠାରୁ ଆରମ୍ଭ କରି ରାସନ କାର୍ଡ, ମାଗଣା ବିଜୁଳି ଆଦି ଯୋଗାଇଛି ।  ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତ ଓ ପଡୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମଧ୍ୟରେ ସବୁବେଳେ ସୀମା ବିବାଦ ଲାଗି ରହିଛି । ଏବେ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନରେ ଗଙ୍ଗାବାଡ ପଞ୍ଚାୟତର ଛଅ ଗୋଟି ଗାଁକୁ ସାମିଲ କରିଛି । ସେହି ଗାଁ ଗୁଡିକ ହେଲା ମାଣିକପାଟଣା, ମଧିଆଖୋଲ, ଗୁଡ଼ିଖୁଡ଼ି, ଆଖଡ଼ା, ବୁଋଷୀଙ୍ଗି, ଅମାରୀଙ୍ଗି, ଏପରି କି ଏହି ଗାଁରେ ଭୋଟ କାର୍ଡ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ନିଜ ଆଡକୁ ଟାଣି ନେବାକୁ ପ୍ରୟାସ କରିଛି ଆନ୍ଧ୍ର । ଏହି ସବୁ ଗାଁ ଲୋକେ ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ ବିଜୁଳି ପାଇଁ ପ୍ରାୟ ଆନ୍ଧ୍ର ଉପରେ ନିର୍ଭରଶୀଳ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking