28.1 C
Bhubaneswar
Sunday, September 8, 2024
Homeଓଡିଶାକୋର୍ଟରେ ହାଜର ହେଲେ ବିଧାୟକ ରମେଶ ଜେନା

କୋର୍ଟରେ ହାଜର ହେଲେ ବିଧାୟକ ରମେଶ ଜେନା

ଭୁବନେଶ୍ବର: ବହୁଚର୍ଚ୍ଚିତ ଚନ୍ଦ୍ରମା ଆପାର୍ଟମେଣ୍ଟ ଗୁଳିକାଣ୍ଡ ଘଟଣା । ଭୁବନେଶ୍ବରର ସ୍ବତନ୍ତ୍ର କୋର୍ଟରେ ହାଜର ହେଲେ ଗଞ୍ଜାମ ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ଏହି ମାମଲାରେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଚାଲିଛି । ଏଥିପାଇଁ ବିଧାୟକ ଆଜି କୋର୍ଟରେ ହାଜର ହୋଇଛନ୍ତି । ଏହି ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଅଛନ୍ତି ବିଧାୟକ ରମେଶ ଜେନା ସହ ତାଙ୍କର କିଛି ସହଯୋଗୀ । ଏହି ମାମଲାରେ ସେ ଗତ ୮ ଫେବୃଆରୀ ୨୦୧୧ରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଗଡରୋଡଙ୍ଗରୁ ଗିରଫ ହୋଇଥିଲେ । ଗୁରୁବାର ଏହି ଘଟଣାର ତଦନ୍ତକାରୀ ଅଧିକାରୀ ତଥା ଖାରବେଳ ନଗର ଥାନାର ତତ୍କାଳୀନ ଇନ୍ସପେକ୍ଟର ସତ୍ୟଜିତ ମିଶ୍ରଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା । ଏଥିସହ ପୁନର୍ବାର ଏହି ମାମଲାରେ ଆଜି ସ୍ବତନ୍ତ୍ର କୋର୍ଟରେ ହାଜର ହେବା ପାଇଁ ବିଧାୟକଙ୍କୁ ନୋଟିସ ହୋଇଥିଲା । ନିର୍ଦ୍ଦେଶ କ୍ରମେ ବିଧାୟକଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ହାଜର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking