39.5 C
Bhubaneswar
Monday, April 7, 2025
Homeଓଡିଶାଭୁବନେଶ୍ୱର ସ୍ଥାନାନ୍ତର ହେଲେ ବିଧାୟକ ଜଗ୍‌ଦ୍ଦେବ-୨୨ରୁ ଊର୍ଦ୍ଧ୍ୱ ଆହତ, ମେଡିକାଲ୍‌ରେ ଭର୍ତ୍ତି

ଭୁବନେଶ୍ୱର ସ୍ଥାନାନ୍ତର ହେଲେ ବିଧାୟକ ଜଗ୍‌ଦ୍ଦେବ-୨୨ରୁ ଊର୍ଦ୍ଧ୍ୱ ଆହତ, ମେଡିକାଲ୍‌ରେ ଭର୍ତ୍ତି

ଖୋର୍ଦ୍ଧା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଘଟାଇଛନ୍‌ନ୍ତି ଅମାନବୀୟ କାଣ୍ଡ। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଶନିବାର ବାଣପୁର ବ୍ଲକ କାର‌୍ୟ୍ୟାଳୟରେ ଶତାଧିକ ଲୋକ ରୁଣ୍ଡ ହୋଇଥିବା ବେଳେ ହଠାତ୍ ଭିଡ଼ ଭିତରକୁ ଗାଡ଼ି ମଡ଼ାଇ ଦେଇଥିଲେ ବିଧାୟକ ଶ୍ରୀ ଜଗଦେ୍‌ଦ୍ଦବ । ବିଧାୟକଙ୍କ ଗାଡ଼ି ଚାପାରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ନିକଟସ୍ଥ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ବାଣପୁର ଆଇଆଇସିଙ୍କ ସମେତ ୭ରୁ ଊର୍ଦ୍ଧ୍ୱ ପୁଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ତେବେ କେତେକଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଥିବାବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଉ କେତେଜଣଙ୍କୁ କଟକ ବଡ଼ ମେଡିକାଲ୍ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । ତେବେ ଏ ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ନିର୍ଦ୍ଧୁମ ପିଟି ଲହୁଲୁହାଣ କରିବା ସହ ତାଙ୍କ ଗାଡ଼ି ଭଙ୍ଗାରୁଜା କରି ନିଆଁ ଳଗାଇ ଦେଇଛନ୍ତି। ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ସୂଚନାଯୋଗ୍ୟ ବାଣପୁର ବ୍ଲକ କାର୍ଯ୍ୟାୟରେ ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବାହାରେ ପ୍ରାୟ ୫ଶହରୁ ୭ଶହ ଲୋକ ରୁଣ୍ଡ ହୋଇଥିଲେ। ଏଥିସହ ୨ ପ୍ଲାଟୁନ୍ ଫୋର୍ସ ବି ମୁତୟନ ହୋଇଥିଲେ। ଏହି ସମୟରେ ହଠାତ୍ ବିଧାୟକ ପ୍ରଶାନ୍ତ ଜଗଦେବ ନିଜ କାର୍ ଯୋଗେ ଭିଡ଼ ଭିତରେ ପଶିବାକୁ ଉଦ୍ୟମ କରିଥିଲେ । ହେଲେ ଉପସ୍ଥିତ ଲୋକେ ଏହାକୁ ବିରୋଧ କରିବାରୁ ଶ୍ରୀ ଜଗଦେ୍‌ଦ୍ଦବ ବଳପୂର୍ବକ ଗାଡ଼ି ଚଳାଇ ଦେଇଥିଲେ । ବିଧାୟକଙ୍କ ଗାଡ଼ି ଚାପାରେ ବିଭିନ୍ନ ଦଳର୧୫ ସମର୍ଥକ, ୭ ପୁଲିସ୍ କର୍ମଚାରୀ ଓ କେତେକ ସାଧାରଣ ଲୋକେ ଗୁରୁତର ହୋଇଛନ୍ତି।
ଏହାଦେଖି ଉତ୍ତ୍ୟକ୍ତ ଲୋକେ ଗାଡ଼ି ଭିତରୁ ବିଧାୟକଙ୍କୁ ଘୋଷାରି ଆଣି ନିର୍ଧୂମ ପିଟିଥିଲେ। ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରେ ବିଧାୟକ ଲହୁଲୁହାଣ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ତେବେ ବିଧାୟକ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ଏପରି କାଣ୍ଡ ଘଟାଇଥିବା ଉପସ୍ଥିତ ଜନତା କହିଛନ୍ତି । ତେବେ ଘଟଣାକୁ ନେଇ ବ୍ଲକ୍ ପରିସରରେ ଏବେ ବି ଉତ୍ତେଜନା ଲାଗି ରହିଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ଫୋର୍ସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking