ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ୭ ଘଣ୍ଟାର ଜେରା କରିଛି । ଇଡି ଅଧିକାରୀଙ୍କ ଦ୍ୱାରା ଜେରା ହେଲା ପରେ ବିଧାୟକ ଶ୍ରୀ ପ୍ରଧାନ ଇଡି କାର୍ଯ୍ୟାଳୟରୁ ବାହାରିଛନ୍ତି । ଇଡି ଅଫିସରୁ ବାହାରିଲା ପରେ ବିଧାୟକ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ଇଡି ଚିଠି ଲେଖିଥିବାରୁ ଆସିଥିଲି । ଗତକାଲି ପାଇଁ ଡାକିଥିଲେ । ମୁଁ ବିଳମ୍ବରେ ଆସି ପହଞ୍ଚିଲି । ଇଡି ଯାହା ପ୍ରଶ୍ନ କଲା ମୁଁ ତଥ୍ୟ ଦେଇଛି । ରାଜନୈତିକ ଅଭିସନ୍ଧି ରଖି ଇଡି ମୋତେ ହଇରାଣ କରୁନାହଁ ବୋଲି ସେ କହିଛନ୍ତି ।