ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ମିତାଲି ରାଜ୍ ଙ୍କୁ ଦୁନିଆର ଟପ ମହିଳା କ୍ରିକେଟରଙ୍କ ମଧ୍ୟରେ ଗଣାଯାଏ । ସେ ନିଜ କ୍ୟାରିଅରରେ ଅନେକ ସଫଳତା ହାସଲ କରିଛନ୍ତି । ଆଜି ମିତାଲି ନିଜ କ୍ୟାରିଅରରେ ସେ ଆଉ ଏକ ବଡ କାରନାମା କରି ଦେଖାଇଛନ୍ତି । ସେ ଦିନିକିଆ ଇଣ୍ଟରନ୍ୟାସନାଲ କାରିଅରରେ ୨୨ ବର୍ଷ ପୁରା କରିଛନ୍ତି । ମିତାଲି ରାଜ ୨୬ ଜୁନ ୧୯୯୯ ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ । ଆଉ ଆଜି ତାଙ୍କର ୨୨ ବର୍ଷ ପୁରା ହେଉଛି । ଏହାପୂର୍ବରୁ ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ଏମିତି କରିଥିଲେ । ତେନ୍ଦୁଲକରଙ୍କ କାରିଅର ୨୨ ବର୍ଷ ୯୧ ଦିନ ରହିଛି । ସେ ପାକିସ୍ତାନ ବିପକ୍ଷରେ ୧୮ ଡିସେମ୍ବର ୧୯୮୯ରେ ଡେବ୍ୟୁ କରିଥିଲେ ଏବଂ ନିଜ ଶେଷ ମ୍ୟାଚ ବି ପାକିସ୍ତାନ ବିପକ୍ଷରେ ୧୮ ମାର୍ଚ୍ଚ ୨୦୧୨ରେ ଖେଳିଥିଲେ ।
୧୯୯୯ରେ ଇଣ୍ଟରନ୍ୟାସନାଲ କ୍ରିକେଟରେ ଡେବ୍ୟୁ କରିଥିବା ମିତାଲି ଏକଦିବସୀୟ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୨୦୧୬ରେ ଅଲ ଅଲବିଦା କହିଥିବା ଇଂଲଣ୍ଡ ର ଚାଲୋର୍ଟ ଏଡବାର୍ଡସ ୫୯୯୨ ଏକଦିବସୀୟ ଅନ୍ତରାଷ୍ଟ୍ରୀୟ ରନ ସହିତ ସର୍ବାଧିକ ରନ ବନାଇଥିବା ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।