ନୂଆଦିଲ୍ଲୀ: ଅଷ୍ଟ୍ରଲିଆ ଫାଷ୍ଟ୍ ବୋଲର ମିଚେଲ ଷ୍ଟାର୍କ ଦିନିକିଆ ବିଶ୍ୱକପ୍ରେ ୫୦ ୱିକେଟ ପୂରଣରେ ଦ୍ରୁତତମ ସାବ୍ୟସ୍ତ ହୋଇଛନ୍ତି । ସେ ଭାରତ ବିପକ୍ଷ ମ୍ୟାଚରେ ଓପନର ଈଶାନ କିଷନଙ୍କୁ ଆଉଟ କରି ଏହି ମାଇଲଖୁଣ୍ଟ ଛୁଇଁବା ସହ ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗାଙ୍କ ପୂର୍ବ ରେକର୍ଡ ଭାଙ୍ଗିଛନ୍ତି । ଷ୍ଟାର୍କ ମାତ୍ର ୧୯ଟି ଇନିଂସରୁ ୫୦ ୱିକେଟ ପୂରଣ କରିଥିବାବେଳେ ମାଲିଙ୍ଗାକୁ ୨୫ଟି ଇନିଂସ୍ ଲାଗିଥିଲା । ଷ୍ଟାର୍କ ପଂଚମ ବୋଲର ଭାବେ ଦିନିକିଆ ବିଶ୍ୱକପ୍ରେ ୫୦ ୱିକେଟ ନେବାରେ ସଫଳ ହୋଇଛନ୍ତି । ପୂର୍ବତନ ଅଟ୍ୟେଲିଆ ପେସ୍ ବୋଲର ଗ୍ଲେନ ମ୍ୟାକ୍ଗ୍ରାଥ୍ ସର୍ବାଧିକ ୭୧ଟି ୱିକେଟ୍ ସହ ଶୀର୍ଷ ସ୍ଥାନରେ ଥିବାବେଳେ ଶ୍ରୀଲଙ୍କାର ମୁଥିଆ ମୂରଲୀଧରନ. ଦ୍ୱିତୀ, ମାଲିଙ୍ଗା ତୃତୀୟ ପାକିସ୍ତାନର ୱାସିମ ଆକ୍ରମଣ ଚତୁର୍ଥ ସ୍ଥାନରେ ଅଛନ୍ତି ।